ରିଲିଜ୍ ପୂର୍ବରୁ ୧୨୫କୋଟି ଟଙ୍କାରେ ବିକ୍ରି ହେଲା ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ “ପୋନ୍ନିୟିନ୍ ସେଲଭନ’

ମୁମ୍ବାଇ : (ସଂକେତ ଟିଭି) ରିଲିଜ୍ ପୂର୍ବରୁ ନୂଆ ରେକର୍ଡ କଲା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଚଳଚ୍ଚିତ୍ର “ପୋନ୍ନିୟିନ୍ ସେଲଭନ’ । ଆସନ୍ତା ସେପ୍ଟେମ୍ବରରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଫିଲ୍ମଟି ୧୨୫ କୋଟି ଟଙ୍କାରେ ବିକ୍ରି ହୋଇଛି ।

ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍ ହେବାକୁ ଯାଉଛି “ପୋନ୍ନିୟିନ୍‌ ସେଲଭନ’ । ବଡ଼ ପରଦାରେ ରିଲିଜ୍ ହେବା ପରେ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍‌ କରାଯିବ । ଆମାଜନ୍ ପ୍ରାଇମ୍‌ ଏନେଇ ଡିଜିଟାଲ୍ ରାଇଟ୍ସ ହାସଲ କରିଛି, ଯେଉଁଥିପାଇଁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଛି । ଆମାଜନ ପ୍ରାଇମ ୧୨୫ କୋଟି ଦେଇ ଆକ୍ସନ୍‌- ଆଡଭେଣ୍ଟର ଫିଲ୍ମ “ପୋନ୍ନିୟିନ୍‌ ସେଲଭନ’ର ଭାଗ ୧ ଏବଂ ଭାଗ ୨ର ଷ୍ଟ୍ରିମିଂ ରାଇଟ୍ସ କିଣିଛି । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ର୍ନିମାତା ମଣି ରତ୍ନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ପୋନ୍ନିୟିନ୍ ସେଲଭନ’ ଲେଖକ-କାର୍ଯ୍ୟକର୍ତ୍ତା କଲକି କୃଷ୍ଣମୂର୍ତ୍ତିଙ୍କ ଉପନ୍ୟାସ ଉପରେ ଆଧାରିତ । ମହାନ ଭାରତୀୟ ରାଜାମାନଙ୍କ ମଧ୍ୟରୁ ଜଣେ ରାଜା, ରାଜା ଚୋଲଙ୍କ କାଳ୍ପନିକ କାହାଣୀ କହିବ ।

ଏବେ ଚଳଚ୍ଚିତ୍ରର ର୍ନିମାତାମାନେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଉନ୍ମୋଚନ କରିବା ସହ ରିଲିଜ୍‌ ତାରିଖ ପ୍ରକାଶ କରିଛନ୍ତି । ପୋଷ୍ଟର ରିଲିଜ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି । ଫିଲ୍ମର ପ୍ରଥମ ଭାଗ ସେପ୍ଟେମ୍ବର ୩୦, ୨୦୨୨ରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡ଼ିଛି ।