ଅନ୍ଲାଇନ୍ରେ ଲିକ୍ ହେଲା ଅଜୟଙ୍କ ‘ରନ୍ୱେ ୩୪’ ଓ ଟାଇଗରଙ୍କ ‘ହିରୋପନ୍ତି-୨’
ମୁମ୍ବାଇ : (ସଂକେତ ଟିଭି) ଅଜୟ ଦେବଗନଙ୍କ ରନ୍ୱେ ୩୪ ଓ ଅନ୍ୟଟି ଟାଇଗର ଶ୍ରଫଙ୍କ ଫିଲ୍ମ ହିରୋପନ୍ତି-୨ ପାଇରେସିର ଶିକାର ହୋଇଛି। ଦୁଇଟି ଫିଲ୍ମ ଅନଲାଇନ୍ରେ ଲିକ୍ ହୋଇଯାଇଛି। ଏପ୍ରିଲ ୨୯ ତାରିଖରେ ଏହି ଦୁଇଟି ହନ୍ଦୀ ସିନେମା ଲଞ୍ଚ ହୋଇଥିଲା।
ଅଜୟ ଦେବଗନଙ୍କ ଫିଲ୍ମକୁ ପ୍ରଥମ ଦିନରେ ଭଲ ରେସ୍ପନ୍ସ ମିଳି ନଥିଲେ ବୋଲି ଦ୍ୱିତୀୟ ଦିନରେ ଫିଲ୍ମ ଭଲ ଆୟ କରିଥିଲା। ତେବେ ଟାଇଗରଙ୍କ ଫିଲ୍ମ ହିରୋପନ୍ତି-୨କୁ କିନ୍ତୁ ସେତେ ଭଲ ରେସ୍ପନ୍ସ ମିଳିନାହିଁ। ଫିଲ୍ମଟି ଏବେ ବି ବଡ଼ ପରଦାରେ ସଂଘର୍ଷ କରୁଛି। ଏହାରି ଭିତରେ ଦୁଇଟି ଫିଲ୍ମ ଅନ୍ଲାଇନ୍ରେ ଲିକ୍ ହୋଇଯିବା ଫିଲ୍ମ ବକ୍ସ ଅଫିସ ଆୟକୁ ଆହୁରି ପ୍ରଭାବିତ କରିବ। ଅନ୍ଲାଇନ୍ ୱେବ୍ସାଇଟ୍ ତାମିଲ ରକର୍ସ ଓ ମୁଭିରୁଲ୍ଜ ସାଇଟ୍ର ଫିଲ୍ମର କ୍ୟାମାରେ ପ୍ରିଣ୍ଟ ଅପ୍ଲୋଡ ହୋଇଛି। ତା ସହିତ ଟରେଣ୍ଟରେ ବି ଫିଲ୍ମ ଉପଲବ୍ଧ ରହିଛି।
ଗୋଟିଏ ପଟେ ଦକ୍ଷିଣ ଭାରତୀୟ ଫିଲ୍ମ ହିଟ୍ ପରେ ହିଟ ହେଉଥିବାରୁ ବଲିଉଡ୍ ଉପରେ ଚାପ ପଡ଼ୁଛି। ବଲିଉଡ୍ରେ ଭଲ ଫିଲ୍ମ ପାଇଁ ବର୍ତ୍ତମାନ ସଂଘର୍ଷ କରୁଥିବା କୁହାଯାଉଛି। ଏମିତିକି ଦକ୍ଷିଣ ଫିଲ୍ମ ଷ୍ଟାରମାନେ ମଧ୍ୟ ହିନ୍ଦୀ ଫିଲ୍ମକୁ ସଂଘର୍ଷରତ ଇଣ୍ଡଷ୍ଟ୍ରୀ ବୋଲି କହିଲେଣି। ଏଭଳି ପରିସ୍ଥିତିରେ ହିନ୍ଦି ଫିଲ୍ମ ପାଇରେସି ଦୁର୍ଭାଗ୍ଯ ଜନକ ହୋଇଛି ।