କଂଗ୍ରେସ ସହ ମତାନ୍ତର ପରେ ନୂଆ ଦଳ ଗଢ଼ିବେ ପ୍ରଶାନ୍ତ କିଶୋର!

ନୂଆଦିଲ୍ଲୀ: (ସଂକେତ ଟିଭି) ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜର ଦଳ ଗଠନ କରିବାକୁ ସଙ୍କେତ ଦେଇଛନ୍ତି । ସୋମବାର ତାଙ୍କ ଟୁଇଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ଘୋଷଣା ଏବେ ରାଜନୈତିକ ପାରାକୁ ବଢ଼ାଇଦେଇଛି ।

ପ୍ରଶାନ୍ତ କିଶୋର ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ଜନତାଙ୍କ ପାଖକୁ ଯିବାର ସମୟ ଆସିଯାଇଛି । ଏହା ବିହାରରୁ ଆରମ୍ଭ ହେବ । ତେବେ ସେ ଏହା ସ୍ପଷ୍ଟ କରିନାହାଁନ୍ତି ଯେ ସେ କେବେ ଦଳ ଲଞ୍ଚ କରିବେ ଓ ତାଙ୍କ ଦଳର ନାମ କ’ଣ ହେବ । ଯଦି ଆମେ ଟ୍ୱିଟକୁ ଦେଖିବା ତେବେ ଏହା ନିଶ୍ଚିତ ଯେ ପାର୍ଟି ବିହାରରୁ ଆରମ୍ଭ ହେବ । ସେ ବିହାରରୁ ଏକ ନୂତନ ‘ଜନ ସୁରଜ’ ଅଭିଯାନ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ।

ବର୍ତ୍ତମାନ ପ୍ରଶାନ୍ତ କିଶୋରଙ୍କ ଟିମ୍ ବିହାରର ପ୍ରତ୍ୟେକ ଜିଲ୍ଲାରେ ଯୁବକମାନଙ୍କୁ ପ୍ରଶାନ୍ତ କିଶୋରଙ୍କ ମାର୍ଗ ଦର୍ଶନରେ ରାଜନୀତିରେ ଯୋଗଦେବାକୁ ଅପିଲ କରି ଟିମ୍ ପ୍ରସ୍ତୁତ କରୁଛି । ଖବର ଅନୁସାରେ, କିଛି ଦିନ ମଧ୍ୟରେ ପ୍ରଶାନ୍ତ କିଶୋର ଯୁବକମାନଙ୍କ ସହ ସମ୍ୱାଦ କରିପାରନ୍ତି । ଟିମ୍ ପିକେର ସୂତ୍ର ଅନୁଯାୟୀ, ଆଗାମୀ ଦିନରେ ବିହାରରେ ଉତ୍ତମ ଶାସନ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଅଭିଯାନ ଆରମ୍ଭ କରାଯିବ ଓ ଭବିଷ୍ୟତର ରାଜନୈତିକ ଦଳ ଘୋଷଣା କରାଯାଇପାରେ । ଯଦି ପ୍ରଶାନ୍ତ ରାଜନୀତିରେ ଆସନ୍ତି, ତେବେ ଏହା ଦେଖିବାକୁ ପଡ଼ିବ କି କ’ଣ ସେ ନିଜ ନିର୍ବାଚନୀ ରଣନୀତିରୁ ସେହି ଚମତ୍କାର କରିପାରିବେ କି, ଯାହା ଅନ୍ୟ ଦଳଗୁଡ଼ିକ ପାଇଁ କରିଆସୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଶାନ୍ତ କିଶୋର କିଛି ଦିନ ତଳେ କଂଗ୍ରେସରେ ମିଶିବା ନେଇ ଆଲୋଚନା ହେଉଥିଲା । ୨୦୨୪ ଲୋକସଭା ନିର୍ବାଚନରେ ​​କଂଗ୍ରେସର ଉନ୍ନତ ପ୍ରଦର୍ଶନ ଉପରେ ପ୍ରଶାନ୍ତ କିଶୋର ଏକ ପ୍ରସ୍ତାବ ଦେଇଥିଲେ । ଯାହାକୁ ପସନ୍ଦ କରିଥିଲେ କଂଗ୍ରେସ ହାଇକମାଣ୍ଡ । ସେତେବେଳେ ଆଲୋଚନା ହୋଇଥିଲା ଯେ ସେ ନିଜେ ଦଳରେ ଯୋଗ ଦେଇପାରନ୍ତି, କିନ୍ତୁ କିଛି ପ୍ରସଙ୍ଗରେ ସହମତି ଅଭାବରୁ ସେ ଦଳରେ ଯୋଗଦେବାକୁ ମନା କରିଦେଇଥିଲେ ।

ଏଭଳି ପରିସ୍ଥିତିରେ ପି.କେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ କି ନାହିଁ ପ୍ରଶ୍ନ ଉଠିଛି ? ଏହା ବିଶ୍ୱାସ କରାଯାଏ ଯେ ପି.କେଙ୍କର ବିକଳ୍ପ ସୀମିତ ନୁହେଁ । ସେ ଏକ ନୂତନ ପାର୍ଟି ମଧ୍ୟ ଘୋଷଣା କରିବାକୁ ଯୋଜନା କରୁଛନ୍ତି । ଉଲ୍ଲେଖଥାଉ କି, ପ୍ରଶାନ୍ତ କିଶୋର ଆଜି ପାଟନା ଗସ୍ତରେ ଅଛନ୍ତି । କେବଳ ସେତିକି ନୁହେଁ, ଏହା କୁହାଯାଉଛି ଯେ ପ୍ରଶାନ୍ତ କିଶୋର ବିହାରରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ।