ଡିଭାଇଡରରେ ବାଇକ୍ ପିଟି ହୋଇ ଦୁଇ ମୃତ, ଜଣେ ଗୁରୁତର

ବାଲେଶ୍ବର (ସଂକେତ ଟିଭି) : ବାଲେଶ୍ୱର ସହର ଭୀମପୁର ନିକଟରେ ଡିଭାଇଡରରେ ବାଇକ୍ ପିଟି ହେବାରୁ ଦୁଇ ଜଣ ମୃତ୍ଯୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନାନୁସାରେ, ରବିବାର ରାତିରେ ବାଲିଆ ଅଞ୍ଚଳର ତିନି ଜଣ ଯୁବକ ଏକ ବାଇକରେ ରେମୁଣା ଗୋଲେଇ ଯାଉଥିଲେ। ଏହି ସମୟରେ ଭୀମପୁରା ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡରକୁ ପିଟିଥିଲା। ଦୁର୍ଘଟଣାରେ ସମସ୍ତ ତିନି ଜଣ ବାଇକ ଆରୋହୀ ଗୁରୁତ୍ର ହୋଇଥିଲେ।

ଦୁର୍ଘଟଣାର ଶିକାର ତିନି ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟଜଣେ ଗୁରୁତର ଚିକିତ୍ସିତ ହେଉଛନ୍ତି। ମୃତକ ଦୁଇଜଣଙ୍କ ନାମ ପରେଶ ଓ ଭାଲୁ ବୋଲି ଚିହ୍ନଟ କରାଯାଇଚି। ଆହତ ଜଣକ ବାଲିଆର ପାକୁଆ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।