ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: (ସଂକେତ ଟିଭି) ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନ୍‌ ଡାକ୍ତରଖାନା ବେଡରେ ଶୋଇଥିବା ବେଳର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ଏନେଇ ତାଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଗୁଜବ ଉପରେ ପୁନଃଚ୍ଛେଦ ପକାଇଛନ୍ତି । ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି ।

ମିମୋହ କହିଛନ୍ତି ଯେ ତାଙ୍କ ପିତା ଅର୍ଥାତ୍ ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟୋନ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା।

ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି କି ମିଥୁନ ଡାକ୍ତରଖାନା ବେଡ ଉପରେ ଅଚେତ ଅବସ୍ଥାରେ ଆଖି ବନ୍ଦ କରି ଶୋଇଛନ୍ତି। ହେଲେ ଏହା ସହ କୁହାଯାଇଛି କି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି, ସଂପୂର୍ଣ୍ଣ ଫିଟ୍ ଏବଂ ସୁସ୍ଥ ଅଛନ୍ତି ।

ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସାମ୍ନାକୁ ଆସିବା ପରେ, ତାଙ୍କ ପ୍ରଶଂସକଙ୍କୁ ଆଶ୍ବସ୍ତି ମିଳିଛି । ସମସ୍ତେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ବିଜେପିର ରାଷ୍ଟ୍ରିୟ ସଚିବ ଡ. ଅନୁପମ ହାଜ୍ରା ମଧ୍ୟ ନିଜ ଟୁଇଟର ହ୍ୟାଣ୍ଡେଲରେ ମିଥୁନ ଚକ୍ରବର୍ତ୍ତୀଙ୍କ ଫଟୋ ସେୟାର କରିଛନ୍ତି ଏବଂ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।ମିଥୁନ ଚକ୍ରବର୍ତ୍ତୀଙ୍କୁ କଲର୍ସ ସୋ ହୁନରବାଜରେ ଦେଖିବାକୁ ମିଳିଥିଲା ​​। ମିଥୁନ ଚକ୍ରବର୍ତ୍ତୀ ଏହି ଶୋ’ର ଜଜ୍ ଥିଲେ ଏବଂ ଯାତ୍ରା ସମୟରେ ସେ ତାଙ୍କର ଖାସ ଅନ୍ଦାଜରେ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲେ । ମିଥୁନଙ୍କୁ ଚଳିତ ବର୍ଷ ଫିଲ୍ମ କାଶ୍ମୀର ଫାଇଲରେ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା |