ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ଅଣସଂରକ୍ଷିତ ଯାତ୍ରାର ପୁନଃ ପ୍ରଚଳନ

ଭୁବନେଶ୍ବର : (ସଂକେତ ଟିଭି) ପୂର୍ବତଟ ରେଳପଥରୁ ଉତ୍ପନ୍ନ ହେଉଥିବା ୯୩ଟି ଟ୍ରେନରେ ଅଣ ସଂରକ୍ଷିତ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ । ମଇ ମାସ ପହିଲା ଠାରୁ ଅଗଷ୍ଟ ଦ୍ୱିତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟାୟକ୍ରମେ ସମସ୍ତ ଟ୍ରେନମାନଙ୍କରେ ଅଣ ସଂରକ୍ଷିତ ଦ୍ୱିତୀୟ ଶ୍ରେଣୀ ଯାତ୍ରା ଉପଲବ୍ଧ ହେବ । ଏହି ଟ୍ରେନମାନଙ୍କରେ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ୍ ପ୍ରଣାଳୀ ଟିକେଟ୍‌ ଦିଆଯିବ ।

କୋଭିଡ -୧୯ ମହାମାରୀ ସମୟରେ, ଭାରତୀୟ ରେଳବାଇ ସମସ୍ତ ଟ୍ରେନରେ ଅଣ ସଂରକ୍ଷିତ ଯାତ୍ରା ସୁବିଧା ଉପରେ ପ୍ରତିବନ୍ଧକ ଲଗାଇଥିଲା ଏବଂ କରୋନା ଭାଇରସ୍‌
ବିସ୍ତାରକୁ ରୋକିବା ପାଇଁ ଏହାକୁ ସଂରକ୍ଷିତ କୋଚ୍ କରିଥିଲା । କୋଭିଡ-୧୯ ପରିସ୍ଥିତିକୁ ନଜର ଦେଇ ଏବଂ ସ୍ଥିତିର ସ୍ୱାଭାବିକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଶ୍ରେଣୀରେ ବସିକି ଯାତ୍ରା କରିବା ସେବା ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଏବଂ ସଂରକ୍ଷିତ ରଖିବା ପାଇଁ ସ୍ଥିର କରାଯାଇଛି ।

ପରିସ୍ଥିତିର ଆହୁରି ଉନ୍ନତିକୁ ଦୃଷ୍ଟିରେ ରଖି ସମସ୍ତ ମେଲ/ ଏକ୍ସପ୍ରେସ ଟ୍ରେନରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ ସଂରକ୍ଷିତ ଟିକେଟିଙ୍ଗ ସିଷ୍ଟମ ସୁବିଧା ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଛି । ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ଶ୍ରେଣୀ ସିଟିଂ କୋଚରେ ୯୩ ଟି ମେଲ/ଏକ୍ସପ୍ରେସ ଟ୍ରେନମାନଙ୍କରେ ପ୍ରଯୁଜ୍ୟତା ଅନୁଯାୟୀ ଅଣ-ସଂରକ୍ଷିତ ଯାତ୍ରା ସୁବିଧା ପୁନଃ ପ୍ରଚଳନ କରିବାକୁ ନିଷ୍ପତି ନେଇଛି ।