ପେଟ୍ରୋଲ, ଡିଜେଲର ବିକଳ୍ପ ସାଜିବ ଏମ୍-୧୫ ଫୁଏଲ୍ !
ନୂଆଦିଲ୍ଲୀ : (ସଂକେତ ଟିଭି) ପେଟ୍ରୋଲ, ଡିଜେଲର ରେଟ୍ ବଢୁଛି । ଗାଡି ଚଲାଉଥିବା ଲୋକଙ୍କ ଟେନସନ୍ ବି ବଢୁଛି । ତେଲ ଦର ହୁ ହୁ ହେଇ ବଢୁଥିବାବେଳେ, ଲୋକଙ୍କ ଚିନ୍ତା ବଢାଉଛି ମହଙ୍ଗା ମାଡ । ହେଲେ ଆପଣ ଯଦି ଗାଡି ଚଲାଉଛନ୍ତି, ଆଉ ବଢୁଥିବା ତେଲ ଦରକୁ ନେଇ ଚିନ୍ତାରେ ଅଛନ୍ତି । ତେବେ ଟେନସନ୍ ନିଅନ୍ତୁ ନାହିଁ, କାହିଁକି ନା ଖୁବଶୀଘ୍ର ଦେଶରେ ଶସ୍ତା ହୋଇପାରେ ଗାଡି ତେଲ ।
ଏମ୍ -୧୫ ଫୁଏଲ୍ ଅର୍ଥାତ ପେଟ୍ରୋଲରେ ୧୫ ପ୍ରତିଶତ ମିଶିବ ମିଥାନେଲ୍ । ଲୋକଙ୍କୁ ମହଙ୍ଗା ମାଡରୁ ବଞ୍ଚାଇବାକୁ, ତେଲ ଦର କମାଇବାକୁ ଏବେ ଏହି ତେଲର ଟ୍ରାଏଲ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ମିଥାନେଲ୍ ମିକ୍ସ ହୋଇଥିବା ପେଟ୍ରୋଲକୁ ଗାଡିରେ ପକାଇ ଏବେ ଟ୍ରାଏଲ୍ କରାଯାଉଛି ଆଉ ସେଥିପାଇଁ ଏହି ତେଲକୁ କୁହାଯାଉଛି ଏମ୍-୧୫ ଫୁଏଲ ।
କେନ୍ଦ୍ର ସରକାର କରୁଥିବା ଏହି ଏମ୍-୧୫ ଫୁଏଲର ଟ୍ରାଏଲ ଯଦି ସଫଳ ହୁଏ । ତେବେ ଖୁବଶୀଘ୍ର ଦେଶରେ ଶସ୍ତାରେ ମିଳିପାରିବ ଗାଡି ତେଲ । ଆଉ ଲୋକମାନେ ଏବେ ଯେଉଁ ତେଲ ଦରକୁ ନେଇ ଚିନ୍ତାରେ ଅଛନ୍ତି, ସେଥିରୁ ମୁକ୍ତି ମଧ୍ୟ ମିଳିପାରିବ । ମିଥାନେଲର ଖାସ୍ କଥା ହେଉଛି, ଏହା ପେଟ୍ରୋଲ ଆଉ ଡିଜେଲକୁ ରିପ୍ଲେସ୍ କରିପାରିବ । ତେଣୁ ପେଟ୍ରୋଲ ଆଉ ଡିଜେଲରେ ଏହାକୁ ଯଦି ୧୫ ପ୍ରତିଶତ ମିକ୍ସ କରାଯାଏ , ତେବେ ବର୍ତମାନ ପେଟ୍ରୋଲ ଆଉ ଡିଜେଲର ଦାମ ଯେତିକି ଅଛି, ତାଠୁ ବହୁତ କମ୍ ଦାମରେ ତେଲ ସାଧାରଣ ଲୋକଙ୍କୁ ମିଳିପାରିବ । ଆଉ ତା ସହିତ ଏହି ତେଲ ପ୍ରଦୁଷଣ ମଧ୍ୟ ଖୁବ୍ କମ୍ କରିଥାଏ । ଯେଉଁ କାରଣରୁ ଏବେ ଏହାକୁ ନେଇ ପରୀକ୍ଷା ନୀରିକ୍ଷା କରୁଛନ୍ତି କେନ୍ଦ୍ର ସରକାର ।
ଡିଜେଲ ତେଲକୁ ବଦଳେଇ ସରକାର ଏବେ ମିଥାନେଲକୁ ସମ୍ପୂର୍ଣ୍ଣ ଭାବେ ରିପ୍ଲେସ୍ କରିବାକୁ ଯୋଜନା କରୁଛନ୍ତି । ଯଦି ଏହା ସଫଳ ହେଇଯାଏ, ତେବେ ବାୟୁ ପ୍ରଦୁଷଣ ସହିତ ତେଲ ଦାମ ମଧ୍ୟ ଶସ୍ତା ହେବ । କାହିଁକି ନା ଗୋଟିଏ ଲିଟର ପେଟ୍ରୋଲ ପାଇଁ ୩୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ଏକ ଲିଟର ମିଥାନେଲ ପାଇଁ ଖର୍ଚ୍ଚ ହେଇଥାଏ ମାତ୍ର ୨୦ ଟଙ୍କା । ତେଣୁ ଯଦି ପେଟ୍ରୋଲ ଆଉ ଡିଜେଲ ବଦଳରେ, ମିଥାନେଲରେ ଗାଡି ଚାଲିବା ସମ୍ଭବ ହୁଏ ତେବେ ଏହାର ଲାଭ ସାଧାରଣ ଲୋକ ମଧ୍ୟ ପାଇପାରିବେ।
ଡିଜେଲରେ ଚାଲୁଥିବା ୬ ହଜାର ରେଳ ଇଞ୍ଜିନକୁ ମଧ୍ୟ ସରକାର ଏବେ ମିଥାନେଲରେ ବଦଳେଇବାକୁ କାମ ଆରମ୍ଭ କରୁଛନ୍ତି । ଏବେ ପ୍ରତିବର୍ଷ ରେଲେୱ ୩ ଆରବ ଲିଟର ଡିଜେଲ ଖର୍ଚ୍ଚ କରୁଥିବାରୁ, ଯଦି ଏହି ରେଳ ଇଞ୍ଜିନକୁ ମିଥାନେଲରେ ବଦଳେଇ ଦିଆଯାଏ ତେବେ ଅନେକ ଗୁଣରେ ରେଲେୱର ଡିଜେଲ ଖର୍ଚ୍ଚ ବଞ୍ଚିଯିବ । ଆଉ ଏହାର ଫାଇଦା ସରକାରକୁ ମିଳିପାରିବ । ଆଉ ଏହି ଏମ-୧୫ ଫୁଏଲ ଯଦି ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୁଏ, ତେବେ ଗାଡି ଚଲାଇବା ମଧ୍ୟ ଅନେକ ଗୁଣରେ ଶସ୍ତା ହୋଇଯିବ ।