ଆମେରିକାରେ ଷ୍ଟାଡିୟମ୍ କରିବେ ଶାହରୁଖ ଖାନ

ମୁମ୍ବାଇ : (ସଂକେତ ଟିଭି) ବଲିଉଡର ବାଦଶାହ ତଥା ମୋଷ୍ଟ ପପୁଲାର ଅଭିନେତା ଶାହାରୁଖ୍‌ ଖାନ । ସମସ୍ତେ ଜାଣନ୍ତି ଯେ ଶାହାରୁଖ ଖାନ କ୍ରିକେଟର ଜଣେ ବଡ଼ ଫ୍ୟାନ । ସେ ବର୍ଚାମାନ କେକେଆର ଟିମର ମାଲିକ ଅଟନ୍ତି । ମ୍ୟାଚ୍ ଦେଖିବା ପାଇଁ ତାଙ୍କ ପରିବାର ସହ ଷ୍ଟାଡିୟମରେ ନଜର ଆସିଛନ୍ତି । ଖେଳାଳୀମାନଙ୍କ ମଧ୍ୟ ବହୁତ ଉତ୍ସାହିତ ମଧ୍ୟ କରନ୍ତି । ବର୍ତ୍ତମାନ ଶାହାରୁଖ୍ ଖାନ ଏଭଳି କିଛି ଘୋଷଣା କରିଛନ୍ତି । ଯାହାର ପୋଷ୍ଟ ସବୁଆଡେ ଭାଇରାଲ୍‌ ହେବାରେ ଲାଗିଛି ।

ଶାହରୁଖ ଖାନ ଏପ୍ରିଲ ୩୦ରେ ଘୋଷଣା କରିଛନ୍ତି ଯେ ସେ ଆମେରିକାର ଲସ ଏଞ୍ଜେଲସରେ ସେ ଏକ ବିଶ୍ୱ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବାକୁ ଯାଉଛନ୍ତି । ଲସ ଏଞ୍ଜେଲସରେ ବିଶ୍ୱ ସ୍ତରୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ ପାଇଁ ତାଙ୍କ କ୍ରିକେଟ୍ ଦଳ କେକେଆର ଆମେରିକାର ମେଜର ଲିଗ୍ କ୍ରିକେଟ୍ ଟି -୨୦ ସହ ସହଯୋଗ କରିବ ବୋଲି ସୂଚନା ଦିଆଯାଇଛି ।

ଏହି ପ୍ରକଳ୍ପରେ ଅନେକ ମିଲିୟନ୍‌ ଡଲାରର ପୁଞ୍ଜି ବିନିଯୋଗ ହେବ । ରିପୋର୍ଟ ଅନୁଯାୟୀ, ୧୫ ଏକର ଜମିରେ ଏହି ଷ୍ଟାଡିୟମ ନିର୍ମାଣ ହେବ । ଷ୍ଟାଡିୟମରେ ୧୦ ହଜାର ଲୋକଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯିବ । ଷ୍ଟାଡିୟମ ପାଇଁ ଯୋଜନା ଗୁଡ଼ିକରେ ଅତ୍ୟାଧୁନିକ ତାଲିମ ସୁବିଧା, ଲକର ରୁମ, ବିଳାସପୂର୍ଣ୍ଣ ସୁଟ୍‌, ପାର୍କିଂ, ଫିଲ୍ଡ ରେ ଲାଇଟିଂ ସୁବିଧା ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମାନ୍ୟତା ପାଇବା ପାଇଁ ଏକ ଆନ୍ତର୍ଜାତୀୟ ସ୍ତରର ପିଚ୍ ମଧ୍ୟ ସାମିଲ ହେବ । ଏହି ଷ୍ଟାଡିୟମକୁ ଅନ୍ୟତମ ଭାବେ ନିର୍ମାଣ କରାଯିବ ।

ଏହା ବ୍ୟତୀତ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବାକୁ ଗଲେ ବର୍ଚାମାନ ୩ଟି ଚଳଚ୍ଚିତ୍ର ଆସୁଛି । ସେ ୟଶ ରାଜଙ୍କ ଫିଲ୍ମ ପଠାନ ରେ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏବଂ ଜନ୍ ଅବ୍ରହାମ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଆଉ ଦୁଇଟି ଫିଲ୍ମରେ ମଧ୍ୟ ନଜର ଆସିବେ । ହେଲେ ଏହି ଫିଲ୍ମ ବିଷୟରେ କୌଣସି ଅଫିସିଆଲ୍‌ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ ।