ଦେଶରେ ବୃଦ୍ଧି ପାଉଛି ବେରୋଜଗାରୀ ହାର

ନୂଆଦିଲ୍ଲୀ : (ସଂକେତ ଟିଭି) ସମଗ୍ର ଦେଶରେ ବେରୋଜଗାରୀ ସମସ୍ୟା ଲଗାତାର ବୃଦ୍ଧି ପାଇଚାଲିଛି । ଏପ୍ରିଲ୍ ମାସରେ ବେରୋଜାଗାରୀ ହାର ବୃଦ୍ଧି ପାଇ ୭.୮୩%ରେ ପହଞ୍ଚିଛି । ମାର୍ଚ୍ଚରେ ଏହା ୭.୬୦% ଥିଲା । ସିଏମ୍‌ଆଇଇର ପରିସଂଖ୍ୟାନ ଅନୁଯାୟୀ ମାର୍ଚ୍ଚ ୨୦୨୨ରେ ସହରାଞ୍ଚଳରେ ବେରୋଜଗାରୀ ହାର ୯.୨୨% ଓ ଗ୍ରାମୀଣ ଇଲାକାରେ ୭.୧୮% ରହିଥିଲା ।

ସିଏମ୍‌ଆଇଇ ମୁତାବକ ୨୦୨୧ ମଇରେ ବେରୋଜଗାରୀ ହାର ୧୧.୮୪% ପହଞ୍ଚିଥିଲା । ପରନ୍ତୁ ଏହା ପରେ ଏଥିରେ ସୁଧାର ଆସିଥିଲା ଓ ୨୦୨୨ ଜାନୁଆରୀରେ ଏହା ୬.୫୭%ରେ ପହଞ୍ଚିଥିଲା । କିନ୍ତୁ ଫେବୃୟାରୀ ମାସରେ ପୁଣିଥରେ ବୃଦ୍ଧି ପାଇ ୮.୧୦%ରେ ପହଞ୍ଚିବା ସହ ଏବେ ଏହା ୭.୮୩%କୁ ବୃଦ୍ଧି ପାଇଛି । ସିଏମ୍‌ଆଇଇ ମୁତାବକ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରକୃତ ଚିତ୍ର ବେରୋଜଗାରୀ ହାର ଦର୍ଶାଇଥାଏ ।

ଥିଙ୍କ୍‌ ଟ୍ୟାକ୍‌ର କହିବାନୁଯାୟୀ ରବିଫସଲରେ ବ୍ୟାପକ କ୍ଷୀପ୍ର ପରିଲକ୍ଷିତ ହୋଇପାରେ । ଏହାର ଅର୍ଥ ଚଳିତ ଆର୍ଥିକ ବର୍ଷରେ ପୁଣିଥରେ କୃଷି କ୍ଷେତ୍ର ଜବରଦସ୍ତ ପ୍ରଦର୍ଶନ କରିବ । ପ୍ରବାସୀ ଶ୍ରମିକମାନେ କ୍ଷେତକୁ ପୁଣିଥରେ ଫେରି ଚାଷକାର୍ଯ୍ୟରେ ନିଜକୁ ସାମିଲ କରିବେ । ରିପୋର୍ଟ ଅନୁଯାୟୀ ବେରୋଜଗାରୀ ହାର ହରିଆଣା ଓ ରାଜସ୍ଥାନରେ ସବୁଠୁ ଅଧିକ ରହିଛି । ହରିଆଣାରେ ଏହା ୩୪.୫% ରହିଥିବାବେଳେ ରାଜସ୍ଥାନରେ ୨୮.୮% ରହିଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆସାମରେ ବେରୋଜଗାରୀ ହାର ସବୁଠୁ କମ୍ ରହିବା ସହ ଯଥାକ୍ରମେ ୦.୨%, ୦.୬% ଓ ୧.୨% ରହିଛି ।