ଶୀଘ୍ର ନିର୍ବାଚନ ନହେଲେ ପାକିସ୍ଥାନରେ ଗୃହଯୁଦ୍ଧ ତେଜିବ

ଇସଲାମାବାଦ : (ସଂକେତ ଟିଭି) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବର୍ତ୍ତମାନର ପିଏମ୍‌ ଶାହବାଜ ଶରିଫ୍‌ଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ । ଏହିକଥା କହିଛନ୍ତି ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ୍ ରାଶିଦ ଅହମଦ । ଇମ୍ରାନ ଖାନ୍ ଖୁବ୍‌ ଶୀଘ୍ର ନିର୍ବାଚନ କରାଯିବାକୁ ନେଇ କଥାବାର୍ତ୍ତା ହେବାକୁ ଚାହୁଁଛନ୍ତି ।

ଶେଖ୍ ରାଶିଦ ଅହମଦ ସୂଚନା ଦେଇଛନ୍ତି କି, ପାକିସ୍ତାନ ତହରିକ୍‌-ଏ-ଇନ୍ସାଫ (ପିଟିଆଇ) ପାର୍ଟି ମଇ ମାସ ଶେଷ ଯାଏ ଇସ୍ଲାମାବାଦ ପକ୍ଷରୁ ଦୀର୍ଘ ମାର୍ଚ୍ଚ ବାହାରିବ ଏବଂ ସେତେବେଳେ ଯାଏ ପଛକୁ ହଟିବେ ନାହିଁ , ଯେପର୍ଯ୍ୟନ୍ତ ନିର୍ବାଚନକୁ ନେଇ ତାରିଖର ଘୋଷଣା ନହୋଇଛି ଏବଂ ଏହି ଭିତରେ ଗୃହଯୁଦ୍ଧର ସ୍ଥିତି ମଧ୍ୟ ହୋଇପାରେ । କହି ରଖୁଛୁ କି, ଇମ୍ରାନ ଖାନ ନିକଟରେ ମଇର ଅନ୍ତିମ ସପ୍ତାହରେ ଇସ୍ଲାମାବାଦ ପକ୍ଷରୁ ମାର୍ଚ୍ଚର ଘୋଷଣା କରିଥିଲେ ।

ରାଶିଦ ଆହୁରି କହିଥିଲେ କି, ସେ ପିଟିଆଇ ଓ ସୈନ୍ୟ ପ୍ରତିଷ୍ଠାନ ମଧ୍ୟରେ ଭୁଲ୍ ବୁଝାମଣାକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । ଏହାସହ ସେ ଏହା ବି କହିଛନ୍ତି କି, ସେନା ସହ ଶାନ୍ତି ପକ୍ଷରେ ଅଛନ୍ତି ଏବଂ ପୁନଃନିର୍ମାଣ ଚାହୁଁଛି, ହେଲେ ଯୁଦ୍ଧ ସ୍ଥିତି ରେ ମୁଁ ଇମ୍ରାନ ଖାନଙ୍କ ସହ ଠିଆ ହେବି । ସେ ଆହୁରି କହିଛନ୍ତି, ସେନା ଗଣତନ୍ତ୍ରର ନିରନ୍ତରତାକୁ ବଜାୟ ରଖିବାକୁ ଚାହାଁନ୍ତି ଏବଂ ଏହାକୁ ବଜାୟ ରଖିବାକ ଏକମାତ୍ର ଉପାୟ ଖୁବ୍ ଶୀଘ୍ର ନିର୍ବାଚନ କରିବା । ଯଦି ଶୀଘ୍ର ନିର୍ବାଚନ ନହୁଏ ନା ଶାହବାଜ ଶରିଫ୍‌ଙ୍କ ସରକାର ରହିବ ନା ଇମ୍ରାନ ସରକାର ।
ରାଶିଦ କହିଛନ୍ତି କି ଯଦି ବହୁ ସଂଖ୍ୟାରେ ଲୋକ ଇସ୍ଲାମାବାଦ ଆସନ୍ତି ତ ଇମ୍ରାନ ଖାନଙ୍କର ରାଜନୀତି ରାଜ୍ କରିବ । ଆମର ଏକମାତ୍ର ଦାବି ଖୁବ୍ ଶୀଘ୍ର ନିର୍ବାଚନ ।