ତେନ୍ଦୁଲକରଙ୍କ ରେକର୍ଡ ସମକକ୍ଷ ହେଲେ ଋତୁରାଜ ଗାଏକ୍ୱାଡ

ମୁମ୍ବାଇ : (ସଂକେତ ଟିଭି) ଚଳିତ ବର୍ଷର ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ଓପନର ଋତୁରାଜ ଗାଏକ୍ୱାଡ ଫର୍ମକୁ ଫେରିବା ସହିତ ରବିବାର ଦିନ ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବଦ ବିପକ୍ଷ ମ୍ୟାଚରେ ୫୭ ବଲରୁ ୯୯ ରନ କରି ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ୧ ରନ ପାଇଁ ଦୁର୍ଭାଗ୍ୟ ବଶତଃ ଶତକରୁ ବଞ୍ôଚତ ହୋଇ ଥିଲେ ହେଁ ଦଳର ବିଜୟ ନେଇ ଖୁସି ଅନୁଭବ କରୁଛନ୍ତି ।

ଗତ ଆଇପିଏଲ ସିଜିନରେ ସମସ୍ତଙ୍କ ଠାରୁ ଅଧିକ ରନ କରି ଅରେଞ୍ଜ କ୍ୟାପ ହାସଲ କରିଥିବା ଋତୁରାଜ ଆଇପିଏଲର ୩୧ତମ ଇନିଂସ ଖେଳି ୧୦୦୦ ରନ ପୂରଣ କରିଛନ୍ତି । ତେନ୍ଦୁଲକର ମଧ୍ୟ ସମାନ ସଂଖ୍ୟକ ଇନିଂସ ଖେଳି ଆଇପିଏଲରେ ୧୦୦୦ ରନ ପୂରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବ୍ୟାଟର ସୁରେଶ ରାଇନା ୩୪, ରିଷଭ ପନ୍ତ ୩୫ ଓ ଦେବଦତ ପାଡିକାଲ ମଧ୍ୟ ୩୫ତମ ଇନିଂସ ଖେଳି ଆଇପିଏଲରେ ଦ୍ରୁତ ୧୦୦୦ ରନ ରନ ପୂରଣ କରିଛନ୍ତି ।