ଟି-୨୦ ବିଶ୍ୱକପରେ ଟପ୍ ଅର୍ଡର ବ୍ୟାଟର ଭାବେ ସ୍ଥାନ ପାଇବେ ରୋହିତ,କୋହଲି ଓ ରାହୁଲ

ମୁମ୍ବାଇ : (ସଂକେତ ଟିଭି) ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ ଟି-୨୦ କ୍ରିକେଟ ବିଶ୍ୱକପ । ଗତ ବର୍ଷ ଭାରତ ଆୟୋଜନ କରିଥିବା ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅତି ଖରାପ ଥିଲା । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱରେ ପରିଚାଳିତ ଭାରତୀୟ ଦଳ ପୁଣିଥରେ ଏହି ଫର୍ମାଟ ବିଶ୍ୱକପ ଜିତିବା ସମ୍ଭବ ହୋଇ ପାରିଲା ନାହିଁ । ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଟାଇଟଲ ହାସଲ କରିଥିଲା । ତେବେ ଅଷ୍ଟ୍ରେଲିଆରେ ଏହି ବିଶ୍ୱକପ ଅନୁଷ୍ଠିତ ହେବା ପାଇଁ ଥିବାରୁ ପୁଣି ଚାମ୍ପିଅନ ହେବା ଳକ୍ଷ୍ୟ ରଖିଛି । ତେଣୁ ଅନ୍ୟ ସମ୍‌ସ୍ତ ଦଳ ପାଇଁ ଏହି ବିଶ୍ୱକପ ବଡ ଚାଲେଞ୍ଜ ସୃଷ୍ଟି କରିବ । ତେଣୁ ବିସିସିଆଇ ଚୟନକର୍ତ୍ତାମାନେ ଏକ ଶକ୍ତିଶାଳୀ ଦଳ ଗଠନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ଚୟନକମିଟି ଅଧ୍ୟକ୍ଷ ଚେତନ ଶର୍ମା ଓ ଅନ୍ୟ ଚୟନକାରୀ ମାନେ ଚଳିତ ଆଇପିଏଲ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ଗତ ବର୍ଷର ଟି-୨୦ ବିଶ୍ୱକପରେ ଭାରତର ବ୍ୟାଟିଂ ଲାଇନଅପ୍ ଠିକ ନ ଥିବାରୁ ଭାରତ ସବୁ ମ୍ୟାଚରେ ବ୍ୟାଟିଂ ବିଫଳତା ନେଇ ହାର ମାନି ଥିଲା । ସେହି ଦୃଷ୍ଟିରୁ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ବ୍ୟାଟିଂ ଲଇନ ମଜଭୂତ କରିବା ପାଇଁ ବିସିସିଆଇ ଚୟନକର୍ତ୍ତା ମାନେ ବିଚାର ବିମର୍ଷ ଜାରି ରଖିଛନ୍ତି ।

ବିରାଟ କୋହଲି ସବୁ ଫର୍ମାଟ ଅଧିନାୟକ ଦାୟିତ୍ୱରୁ ଦୂରେଇ ଯାଇଛନ୍ତି । ବର୍ତ୍ତମାନ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଅଛନ୍ତି । ତେବେ ଆଇପିଏଲରେ ରୋହିତ ଶର୍ମା ଓ କୋହଲି ବିଫଳ ହୋଇ ଚାଲି ଥିଲେ ହେଁ ଏହି ଦୁଇ ଖେଳାଳିଙ୍କ ସହିତ କେଏଲ ରାହୁଲଙ୍କୁ ବିଶ୍ୱକପ ପାଇଁ ଟପ୍‌ ଅର୍ଡର ବ୍ୟାଟର ଭାବେ ଦଳରେ ସାମିଲ କରିବା ନେଇ ଚୟନକର୍ତ୍ତା ଯୋଜନା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ରୋହିତ ଓ କୋହଲିଙ୍କ ପାଇଁ ଚଳିତ ବର୍ଷ ଆଇପିଏଲ ଆଦୌ ଶୁଭଙ୍କର ହୋଇ ନାହିଁ । କାରଣ ରୋହିତ ୯ ମ୍ୟାଚ ଖେଳି ମୋଟ ୧୫୫ ରନ ଓ କୋହଲି ୧୦ ମ୍ୟାଚରେ ୧୮୬ ରନ କରିଛନ୍ତି । କେବଳ କେଏଲ ରହୁଲ ଚଳିତ ଆଇପିଏଳରେ ଭଲ ଫର୍ମରେ ରହି ଉତ୍ତମ ପ୍ରଦର୍ଶନ କରି ଚାଲିଛନ୍ତି । ତେବେ ବିଶ୍ୱକପରେ କୋହଲି ଓ ରୋହିତ ଫର୍ମକୁ ଫେରିବା ସହିତ ଭାରତର ବ୍ୟାଟିଂ ଲାଇନକୁ ମଜଭୂତ କରି ପାରିବେ ବୋଲି ଚୟନ କର୍ତ୍ତା ମାନେ ବିଶ୍ୱାସ ରଖିଛନ୍ତି ।