ଦୀର୍ଘ ବର୍ଷ ପରେ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : (ସଂକେତ ଟିଭି) ଦୀର୍ଘ ବର୍ଷ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ଉତରାଖଣ୍ଡ ପାଂଚୁର ନିଜ ଗାଁରେ ପହଁଚି ମାଆଙ୍କୁ ଭେଟିଛନ୍ତି । ନିଜ ଗାଁରେ ପହଁଚିବା ପାଇଁ ପାହାଡ ଚଢି ପାଦରେ ଚାଲି ଚାଲି ଯାଇ ପଂଚୁର ସ୍ଥିତ ମିଜ ଘରେ ପହଁଚିଥିଲେ । ଏହିସମୟରେ ମାଆଙ୍କ ପାଦ ଛୁଇଁ କାନ୍ଦି ପକାଇଥିଲେ ଯୋଗୀ ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ମାଆଙ୍କ ପାଦକୁ ଛୁଇଁ ମୁଖ୍ୟମନ୍ତ୍ରୀ ଯୋଗୀ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ନିଜ ଯୁବାବସ୍ଥାରୁ ଘରୁ ବାହାରି ସନ୍ଥ ପାଲଟିଥିବା ଯୋଗୀ ଆଦିତ୍ୟନାଥ ୨୮ ବର୍ଷ ପରେ କୌଣସି ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଯୋଗୀ । ଏହା ସହିତ ପାଞ୍ଚ ବର୍ଷ ପରେ ଅର୍ଥାତ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ମାକୁ ଦେଖା କରିଛନ୍ତି ।