ଜାମ୍ମୁ କାଶ୍ମୀର ସାମ୍ବା ସୀମାରେ ମିଳିଲା ପାକିସ୍ତାନୀ ସୁଡଙ୍ଗ

ଜାମ୍ମୁ : (ସଂକେତ ଟିଭି) ଜାମ୍ମୁ କାଶ୍ମୀର ସୀମାକୁ ଲାଗି ରହିଥିବା ସାମ୍ବା ସୀମାରେ ବିଏସ୍‌ଏଫ୍ ଦ୍‌ୱାରା ଏକ ସନ୍ଦିଗ୍ଧ ସୁଡଙ୍ଗ ଚିହ୍ନଟ ହୋଇଛି । ବିଏସଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଚକ ଫକିରାର ସୀମା ଅଞ୍ଚଳରେ ସୈନିକମାନେ ଏକ ସନ୍ଦିଗ୍ଧ ସୁଡଙ୍ଗ ଚିହ୍ନଟ କରିଥିଲେ । ଏନେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାମ୍ୱାରେ ଥିବା ବାଡ଼ ନିକଟରେ ଏକ କ୍ଷେତରେ ଏହି ସୁଡଙ୍ଗ ମିଳିଛି । ସନ୍ଦିଗ୍ଧ ସୁଡଙ୍ଗର କିଛି ଫଟୋ ମଧ୍ୟ ସେ ସେୟାର କରିଛନ୍ତି ।

ସେହିଭଳି ବିଏସଏଫର ଆଉଜଣେ ଅଧିକାରୀ କହିଛନ୍ତି ଯେ, ଆଇବି ଠାରୁ ୧୫୦ ମିଟର ଏବଂ ସୀମାନ୍ତ ବାଡରୁ ୫୦ ମିଟର ଦୂରରେ ଏକ ନୂତନ ଖୋଳା ଯାଇଥିବା ସୁଡଙ୍ଗ ପାକିସ୍ତାନୀ ଚୌକି ଚାମନ ଖୁର୍ଦ (ଫିଆଜ) ଙ୍କ ସମ୍ମୁଖରେ ଚିହ୍ନିତ ହୋଇଛି । ଏହା ଭାରତୀୟ ପାର୍ଶ୍ୱଠାରୁ ୯ ଶହ ମିଟର ଦୂରରେ । ଏହାର ଆରମ୍ଭ ସୀମା ପୋଷ୍ଟ ଚକ ଫାକିରା ଠାରୁ ପ୍ରାୟ ୩ ଶହ ମିଟର ଏବଂ ଶେଷ ଭାରତୀୟ ଗାଁ ଠାରୁ ୭୦୦ ମିଟର ଦୂରରେ ।