ଅକ୍ଟୋବର ୧ରୁ ବିଦ୍ୟୁତ୍ ସବ୍ସିଡିରେ କଟକଣା ଲଗାଇବେ କେଜରିୱାଲ
ନୂଆଦିଲ୍ଲୀ : (ସଂକେତ ଟିଭି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି କି ଦିଲ୍ଲୀ ସରକାର ଅକ୍ଟୋବର ୧ ତାରିଖରୁ କେବଳ ସେହି ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ସବ୍ସିଡିରେ ଦେବେ ଯେଉଁମାନେ କି ଏହାକୁ ବିକଳ୍ପ ଭାବେ ଚୟନ କରିଥିବେ । ଦିଲ୍ଲୀରେ ଉପଭୋକ୍ତାମାନଙ୍କୁ ଏବେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ କୌଣସି ବିଲ୍ ଦେବାକୁ ପଡ଼ୁନାହିଁ । ଅନ୍ୟପକ୍ଷରେ ୨୦୧ରୁ ୪୦୦ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଗ୍ରାହକଙ୍କୁ ୮୦୦ ଟଙ୍କାର ସବ୍ସିଡି ମିଳୁଛି ।
ସୂଚନାଥାଉକି ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟିକୁ ବୃହତ୍ ସଫଳତା ମିଳିବା ପଛରେ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ତେବେ ଆପ୍ର ଆଜିର ଏ ଘୋଷଣା ଭବିଷ୍ୟତରେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବେଶ୍ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।