ମୋ ବସ୍‌ରେ ସାମିଲ ହେବ ଇ- ବସ୍‌

ଭୁବନେଶ୍ବର : (ସଂକେତ ଟିଭି) ମୋ ବସ ସେବା ସାମିଳ ହେବାକୁ ଯାଉଛି ବିଦ୍ୟୁତ ଚାଳିତ ତଥା ଇ-ବସ୍‌ । ରାଜଧନୀରେ ଖୁବଶୀଘ୍ର ଗଡ଼ିବ ବୋଲି ରାଜ୍ୟରେ ‘ମୋ ବସ’‌ ସେବା ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରି କହିଛନ୍ତି ।

ସମୀକ୍ଷାରୁ ପ୍ରକାଶ ଯେ, ୨୦୧୯ରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ରାଜସ୍ୱ ମଧ୍ୟ ବୃଦ୍ଧି ପାଇଛି । ଇତି ମଧ୍ୟରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋ ଇ-ରାଇଡ୍‌, ଇ-ରିକ୍ସା ସେବା ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ଲୋକମାନେ ମୋ ବସ୍‌ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବସ୍‌ ଧରି ନିଜ ଗନ୍ତବ୍ୟସ୍ଥଳିକୁ ଯାଇପାରିବେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୨୦୦ ଯାତ୍ରୀ ଅପେକ୍ଷା ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‌ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡକଣ, ପୋଖରିପୁଟ ଓ ନରାଜ ଠାରେ ଡିପୋ କମ୍‌ ଅଫିସ ନିର୍ମାଣ କାର୍ଯ୍ୟ ଚଲିଛି ।

କ୍ୟାପିଟାଲ ରିଜିଅନର ବିଭିନ୍ନ ଅଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍‌ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି । ଏହି ମୋ ବସ୍‌ ସେବା ୨୦୧୯ ରୁ ୨୦୨୧ମଧ୍ୟରେ ଜାତୀୟ ସ୍ତରରେ ଏବଂ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ତରଫରୁ ୭ ଟି ପୁରସ୍କାର ପାଇ ପାରିଛି । ଆଗାମୀ ଦିରେ କିପରି ଏହାକୁ ଆହୁରି ଅଧିକ ବ୍ୟାପକ ଓ ସୁଦୃଢ କରାଯାଇପାରିବ ସେନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି ।