ଲାଇଭ୍ ମ୍ୟାଚରେ ଯୁବତୀ ଦେଲେ ପ୍ରେମ ପ୍ରସ୍ତାବ

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ ମ୍ୟାଚରେ ଅନେକ ଆଶ୍ଚର୍ଯ୍ୟଜନକ ଓ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ । ଖେଳାଳିଙ୍କ ସହ ଷ୍ଟାଡିୟମରେ ବସିଥିବା ହଜାର ହଜାର ଦର୍ଶକମାନେ ମଧ୍ୟ ଏହିପରି କିଛି କରନ୍ତି । ଯେଉଁଥିପାଇଁ ସେମାନେ ଚର୍ଚ୍ଚାର ବିଷୟ ପାଲଟିଯାନ୍ତି । ବର୍ତ୍ତମାନ ଏଭଳି ଦୃଶ୍ୟ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏପରି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ବୁଧବାର ମ୍ୟାଚ୍ ଖେଳାଯାଇଥିଲା । ଏହି ଲାଇଭ ମ୍ୟାଚରେ ଜଣେ ଯୁବତୀ ତାଙ୍କ ପ୍ରେମୀକଙ୍କୁ ପ୍ରପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟର କରାଯାଇଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ମିଡିଆ ରିପୋର୍ଟ ଅନୁସାରେ ଆଇପିଏଲ ଲାଇଭ ମ୍ୟାଚ ଚାଲିଥିଲା । ସେହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀ ଆଗକୁ ମାଡି ବସି ନିଜ ପ୍ରେମିକଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ଏହାସହ ପ୍ରେମିକଙ୍କ ହାତରେ ଏକ ମୁଦି ପିନ୍ଧାଇଦେଇଥିଲେ । ପ୍ରେମିକ ଜଣକ ମଧ୍ୟ ତାଙ୍କ ପ୍ରପୋଜାଲକୁ ଗ୍ରହଣ କରିଥିଲେ । ଆଉ ଖୁସିରେ କୋଳାଗ୍ରତ କରିଥିଲେ । ଦୁଇ ପ୍ରେମୀ ଯୁଗଳ ଆରସିବିର ଫ୍ୟାନ୍ସ ଅଟନ୍ତି । କାରଣ ପୁଅ ଝିଅ ଦୁହେଁ ଆରସିବି ଜର୍ସିରେ ଦେଖିବାକୁ ମିଳିଛନ୍ତି । ବର୍ତ୍ତମାନ ଏହି ଭିଡିଓକୁ ନେଇ ଚର୍ଚ୍ଚା ।

ଲୋକେ ଏହି ଭିଡିଓକୁ ଖୁବ ପସନ୍ଦ କରିବା ସହ ମଜାଦାର କମେଣ୍ଟସ ମଧ୍ୟ ଦେଉଛନ୍ତି । ସୂଚନା ମୁତାବକ, ମ୍ୟାଚର ଲାଇଭରେ ଏପରି ଭାବେ ପ୍ରପୋଜ କରିବାରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏପରି ଏକ ମ୍ୟାଚର ଲାଇଭ ଚାଲିଥିବାବେଳେ ଜଣେ ଭାରତୀୟ ଦର୍ଶକ ଜଣେ ଅଷ୍ଟ୍ରେଲିୟ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

ଦର୍ଶକଙ୍କୁ ବାଦଦେଲେ ଖୋଦ୍ ଖେଳାଳି ମଧ୍ୟ ଲାଇଭ୍‌ ଚାଲିଥିବାବେଳେ କ୍ରିକେଟ ପିଚରେ ପ୍ରପୋଜ କରିବାର ନଜିର ରହିଛି । ଚେନ୍ନାଇ ସୁପର କିଙ୍ଗସ୍ ର ଖେଳାଳି ଦୀପକ ଚାହର ଗତ ବର୍ଷ ଗ୍ରାଉଣ୍ଡରେ ହିଁ ମ୍ୟାଚ୍ ଶେଷ ହେବା ପରେ ପରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କରିଥିଲେ । ଆଉ ଆଇପିଏଲ ମ୍ୟାଚ ଶେଷ ହେବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।