CulturalFeaturedLatest

ଖୋଲିଲା କେଦାରନାଥ ମନ୍ଦିର ଦ୍ୱାର

ନୂଆଦିଲ୍ଲୀ : (ସଂକେତ ଟିଭି) ଖୋଲିଲା ବିଶ୍ୱ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଶୁକ୍ରବାର ସକାଳେ ସର୍ବସାଧାରଣଙ୍କ ପାଇଁ ମନ୍ଦିରର ଦ୍ୱାର ଫିଟାଯାଇଛି । ଭକ୍ତଙ୍କ ଭିଡ଼ ମଧ୍ୟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ବାବାଙ୍କୁ ଦର୍ଶନ କରିବାକୁ ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ମନ୍ଦିରକୁ ୧୫ କ୍ୱିଣ୍ଟାଲ ଫୁଲରେ ସଜାଯାଇଥିଲା । ତେବେ ପ୍ରାୟ ୨୦ ହଜାର ଭକ୍ତ ଦ୍ୱାର ଖୋଲିବା ବେଳେ ଉପସ୍ଥିତ ଥିଲେ ।

ପ୍ରଥମେ ସକାଳୁ ସକାଳୁ କେଦାରନାଥର ପୂଜାରୀଙ୍କୁ ଥାଟପାଟରେ ମନ୍ଦିରକୁ ଅଣାଯାଇଥିଲା । ଏହାପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ଏବଂ କିଛି ସମୟ ପରେ ଦ୍ୱାର ଖୋଲାଯାଇଥିଲା । ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୈନିକ ୧୨ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାର ଅନୁମତି ରହିଛି । ସେହିପରି ବଦ୍ରିନାଥରେ ୧୫ ହଜାର ଓ ଗଙ୍ଗୋତ୍ରୀରେ ୭ ହଜାର ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଅନୁମତି ମିଳିବ ।

ତେବେ ଏହାପୂର୍ବରୁ ଗଙ୍ଗୋତ୍ରୀ ଓ ଯମୁନେତ୍ରୀରେ ଭକ୍ତଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲିସାରିଛି । ଏହାସହ ମେ ୮ରେ ବଦ୍ରିନାଥର ଦ୍ୱାର ଫିଟାଯିବ । କବାଟ ଖୋଲିବା ପରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି । କାରଣ ସେମାନେ ପୂର୍ବରୁ ପଞ୍ଜୀକରଣ ମଧ୍ୟ କରିଛନ୍ତି ।