ବିରାଟ କୋହଲିଙ୍କୁ ଥଟ୍ଟା କଲେ ମାକ୍ସେଓଲ୍ୱ ‌

ମୁମ୍ବାଇ : (ସଂକେତ ଟିଭି) ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲ୍‌ ରନଆଉଟ୍ ହୋଇଥିଲେ । ଏହି ସମୟରେ ତାଙ୍କ ସହ କ୍ରିଜ୍ରେ ଥିଲେ ବିରାଟ କୋହଲି । ମ୍ୟାଚ୍ ପରେ ମାକ୍ସୱେଲ୍‌ ଥଟ୍ଟା କରି ବିରାଟ କୋହଲିଙ୍କ ସହ ଆଉ ବ୍ୟାଟିଂ କରିପାରିବି ନାହିଁ ବୋଲି କହିଛନ୍ତି । କାରଣ ସେ ଦ୍ରୁତ ଭାବରେ ଦୌଡନ୍ତି ।

ଆଇପିଏଲ ୨୦୨୨ର ଚଳିତ ସିଜନରେ କୋହଲି ଏବଂ ମ୍ୟାକ୍ସୱେଲଙ୍କ ବ୍ୟାଟିଂ ଯୋଡି ଦୁଇଥର ରନ ଆଉଟ ହୋଇଛନ୍ତି । ଉଭୟ ସମୟରେ କୋହଲି ଶୀଘ୍ର ରନ୍ ନେବାକୁ ଚେଷ୍ଟା କରି ନିଜେ ବିପଦରେ ପଡିବା ସହ ସାଥୀ ଖେଳାଳି ବିପଦରେ ପକାଇଥାନ୍ତି । ଗତ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବିକ୍ଷ ମ୍ୟାଚର ନବମ ଓଭରରେ କୋହଲି ଗୋଟିଏ ରନ୍ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ଅନ୍ୟ ପାଶ୍ୱର୍ରେ ଠିଆ ହୋଇଥିବା ମ୍ୟାକ୍ସୱେଲ କ୍ରିଜରେ ପହଞ୍ଚିବାରେ ବିଫଳ ହୋଇଥିଲେ ଏବଂ ସେ ମାତ୍ର ତିନି ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।

ଏହାପୂର୍ବରୁ ଏପ୍ରିଲ ୧୬ରେ, ଦିଲ୍ଲୀ ବିପକ୍ଷ ମ୍ୟାଚରେ ମ୍ୟାକ୍ସୱେଲ ରନ ନେବାକୁ ମନା କରିବା ସତ୍ତ୍ୱେ କୋହଲି ଗୋଟିଏ ରନ୍ ନେବାକୁ ଚେଷ୍ଟା କରି ରନ୍ ଆଉଟ୍‌ ହୋଇଥିଲେ । ମ୍ୟାଚ୍ ପରେ ଏକ ସାକ୍ଷାତକାରରେ ମ୍ୟାକ୍ସୱେଲ ଥଟ୍ଟା କରି କୋହଲିଙ୍କୁ କହିଥିଲେ, ମୁଁ ତୁମ ସହ ବ୍ୟାଟିଂ କରିପାରିବି ନାହିଁ । ତୁମେ ବହୁତ ଦ୍ରୁତ ଗତିରେ ଦୌଡ । ସୂଚନାଯୋଗ୍ୟ,କୋହଲି ଟି-୨୦ରେ ୧୫ଥର ରନ୍‌ଆଉଟ୍ ହୋଇଛନ୍ତି ।