ଦଳକୁ ବଦନାମ୍ କଲେ କଡା କାର୍ଯ୍ୟାନୁଷ୍ଠାନ : ରାହୁଲ ଗାନ୍ଧୀ

ହାଇଦ୍ରାବାଦ : (ସଂକେତ ଟିଭି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଡା ଚେତାବନୀ । ଏଣିକି ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କଲେ ଦଳୀୟ ନେତା ଉପରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ହାଇଦ୍ରାବାଦରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ବୈଠକକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଏହା କହିଛନ୍ତି ।

ସେ କହିଛନ୍ତି ଯେ ଯଦି ଦଳର କୌଣସି ନେତାଙ୍କର କିଛି ଅସୁବିଧା କିମ୍ବା ଅଭିଯୋଗ ଥାଏ, ତେବେ ସେମାନେ ଏହାକୁ ଦଳର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ପଞ୍ଜିକରଣ କରିବା ଉଚିତ। କିନ୍ତୁ ଯଦି କେହି ଗଣମାଧ୍ୟମକୁ ଆସି ତାଙ୍କ ଅଭିଯୋଗ ପଞ୍ଜିକରଣ କରନ୍ତି, ତେବେ ଏହା ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଏହାକୁ ସହ୍ୟ କରାଯିବ ନାହିଁ ।

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସଂଗଠନର ନେତୃତ୍ୱକୁ ନେଇ ଦଳ ଦୁଇ ଭାଗ ହୋଇଛି। ଗୋଟିଏ ଭାଗ ଦଳର ନେତୃତ୍ୱ ସହିତ ଛିଡା ହୋଇ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସମର୍ଇନ କରୁ ଥିବାବେଳେ ଅନ୍ୟ ଗୋଷ୍ଠୀ ଚାହୁଁଛନ୍ତି ଯେ କଂଗ୍ରେସ ଗାନ୍ଧୀ ପରିବାରରୁ ମୁକ୍ତ ହେବା ଉଚିତ ଏବଂ ଦଳର ନେତୃତ୍ୱ ବର୍ତ୍ତମାନ ଜଣେ କର୍ମୀଙ୍କ ହାତରେ ଯିବା ଜରୂରୀ।