କଂଗ୍ରେସ ସରକାର ସମୟରେ ଏଲପିଜି ଦର ଥିଲା ୪୧୦, ଏବେ ହଜାରେ ଉପରେ : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ଘରୋଇ ରନ୍ଧନ ଗ୍ଯାସ ସିଲିଣ୍ଡର୍ ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବାରୁ ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କେବଳ କଂଗ୍ରେସ ହିଁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଭାରତୀୟ ପରିବାରଙ୍କ ମଙ୍ଗଳ ପାଇଁ ନୀତି ନିର୍ଦ୍ଧାରଣ କରିପାରେ।
ରାହୁଲ ଗାନ୍ଧୀ ଟୁଇଟ କରି ୟୁପିଏ ଏବଂ ବିଜେପି ସରକାରର ତୁଳନାତ୍ମକ ଉପସ୍ଥାପନା ଦେବାକୁ ଉଦ୍ୟମ କରିଛନ୍ତି। ଏଥିରେ ସେ ଏଲ୍ପିଜି ଦରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଛନ୍ତି ।
ରାହୁଲ କହିଛନ୍ତି ଯେ ୨୦୧୪ ମେ ରେ ୪୧୦ ଟଙ୍କା ଥିବା ରନ୍ଧନ ଗ୍ୟାସ୍ର ଦର କିଭଳି ୫୮୫.୫୦ ଟଙ୍କା ବୃଦ୍ଧି ପାଇ ଏବେ ୨୦୨୨ ମେରେ ୯୯୯ ଟଙ୍କାରେ ପହଞ୍ଚିଛି । ପୂର୍ବତନ କଂଗ୍ରେସ ସରକାର ୮୨୭ ଟଙ୍କା ରିହାତି ଦେଉଥିବା ବେଳେ ଏବେକାର ସରକାର ଆଦୌ ରିହାତି ଦେଉନାହାନ୍ତି। ସେତେବେଳେ ୨ଟି ସିଲିଣ୍ଡର୍ର ମୂଲ୍ୟ ଯାହା ଥିଲା ଏବେ ଗୋଟିଏ ସିଲିଣ୍ଡର୍ର ମୂଲ୍ୟ ତାହା।