ଘରୋଇ କମ୍ପାନୀ ହାତକୁ ଚାଲିଯିବ କେନ୍ଦ୍ର ସରକାରଙ୍କ ପୱନ ହଂସ କମ୍ପାନୀ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୂର୍ବରୁ ଏୟାର ଇଣ୍ଡିଆକୁ ସରକାର ଟାଟା ଗୃପର ହାତକୁ ଟେକି ଦେଇଛନ୍ତି । ଏବେ ହେଲିକପ୍ଟର ସର୍ଭିସ୍ ଯୋଗାଉଥିବା ସରକାରୀ କମ୍ପାନୀ ପୱନ ହଂସ ଏବେ ଖୁବ୍ଶୀଘ୍ର ଘରୋଇ କମ୍ପାନୀ ହାତକୁ ଚାଲିଯିବ ।
ସରକାର କମ୍ପାନୀ ମ୍ୟାନେଜ୍ମେଣ୍ଟ କଣ୍ଟ୍ରୋଲ ସହ ନିଜର ୫୧% ଅଂଶଦାନକୁ ଷ୍ଟାର୯ ମୋବିଲିଟିକୁ ଦେବା ପାଇଁ ଏକପ୍ରକାର ମନ ସ୍ଥିର କରିସାରିଛନ୍ତି । ଏହି ଡିଲ୍ ଚଳିତବର୍ଷ ଜୁନ୍ରେ ସଂପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ପୱନ ହଂସ ଲିମିଟେଡ୍ର ସରକାରୀ ଅଂଶଦାନ ୨୧୧ କୋଟି ୧୪ଲକ୍ଷରେ ବିକ୍ରି ପାଇଁ ଡିଲ୍ ସରିଛି ।
ସୂଚନାଥାଉକି ପୱନ ହଂସ ଲିମିଟେଡ୍ ଦୀର୍ଘଦିନ ହେବ କ୍ଷତି ସହିଆସୁଛି । ଏହା ସରକାର ଓ ଲୋକ ଉପକ୍ରମ ଓଏନ୍ଜିସିର ଜଏଣ୍ଟ ଭେଞ୍ଚର ଅଟେ । ଏହି କମ୍ପାନୀରେ ୪୯% ଅଂଶଦାନ ଓଏନ୍ଜିସିର ଭାଗୀଦାରୀ ରହିଛି । ଏହି ଡିଲ୍ ପାଇଁ ସରକାର ୧୯୯ କୋଟି ୯୨ଲକ୍ଷ ଟଙ୍କାର ରିଜର୍ଭ ପ୍ରାଇସ୍ ଧାର୍ଯ୍ୟ କରିଥିଲେ ।
ଅପରପକ୍ଷେ କମ୍ପାନୀର ମୋଟ ଭ୍ୟାଲୁ ୪୧୪ କୋଟି ଆକଳନ କରାଯାଇଛି । ଏବେ ଓଏନ୍ଜିସି ତା’ର ୪୯% ସେୟାର ବିକ୍ରି ପାଇଁ ହାତରେ ୭ଦିନ ସମୟ ରହିଛି । ଏବେ ଷ୍ଟାର୯ ପାଖରେ ଓଏନ୍ଜିସିର ସେୟାର କିଣିବା ପାଇଁ ସଂପୂର୍ଣ୍ଣ ଅଧିକାର ରହିଛି । ଓଏନ୍ଜିସି ତା’ର ଅଂଶଦାନକୁ ୨୦୨ କୋଟି ୮୬ ଲକ୍ଷ ଟଙ୍କାରେ ବିକିବ ବୋଲି ଅନୁମାନ କରାଯାଉଛି ।