ଜୁଲାଇ ୧୮ରୁ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତୀୟ କ୍ରିକେଟ୍ ଦଳ ଜୁଲାଇ ୧୮ ତାରିଖରୁ ୱେଷ୍ଟଇଣ୍ଡିଜ ଗସ୍ତ କରି ୮ ମ୍ୟାଚ୍‌ ବିଶିଷ୍ଟ ଦୁଇଟି ଧଳାବଲ୍ ଶୃଙ୍ଖଳା ଖେଳିବ । ଏହା ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଟ୍ୱେଣ୍ଟି-୨୦ ସାମିଲ ରହିଛି । ଜୁଲାଇ ୨୨, ୨୪ ଓ ୨୭ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲରେ ଦିନିକିଆ ମ୍ୟାଚ ଖେଳାଯିବ ।

ଜୁଲାଇ ୨୯ ତାରିଖରେ ନବ ନିର୍ମିତ ବ୍ରାଏନ୍‌ ଚାର୍ଲସ ଲାରା ଷ୍ଟାଡିୟମରେ ପ୍ରଥମ ଟ୍ୱେଣ୍ଟି-୨୦ ଖେଳାଯିବା ପରେ ପରବର୍ତୀ ୨ ଟ୍ୱେଣ୍ଟି-୨୦ ସେ କିଟ୍ସ ଓ ନେଭିସର ୱାର୍ଣ୍ଣର ପାର୍କରେ ଅଗଷ୍ଟ ୧ ଓ ୨ ତାରିଖରେ ଖେଳାଯିବ । ଏହା ପରେ ଉଭୟ ଦଳ ଆମେରିକାର ଫ୍ଲୋରିଡା ଗସ୍ତ କରି ଫୋର୍ଟ ଲେଡରଡେଲେର ଅଗଷ୍ଟ ୬ ଓ ୭ ତାରିଖରେ ଶେଷ ଦୁଇ ଟ୍ୱେଣ୍ଟି-୨୦ ଖେଳିବେ ।

ତେବେ ଆମେରିକା ଚରଣ ଲାଗି ସେଠାକାର ସରକାର ଏବେ ମଧ୍ୟ ଅନୁମତି ପ୍ରଦାନ କରିନଥିବାରୁ ଚୂଡାନ୍ତ ଖେଳସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ । ଏହି ଗସ୍ତ ପୂର୍ବରୁ ଭାରତୀୟ ଦଳ ଆୟର୍ଲାଣ୍ଡ୍ ଓ ଇଂଲଣ୍ଡ ଗସ୍ତ କରିବ । ଜୁନ୍ ୨୬ ଓ ୨୮ରେ ଆୟର୍ଲାଣ୍ଡ ବିପକ୍ଷରେ ୨ ଦିନିକିଆ ଖେଳିବା ପରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ୍‌ (ଗତବର୍ଷର ଅସମ୍ପୂର୍ଣ୍ଣ ଶୃଙ୍ଖଳାର) ସହିତ ୩ ଲେଖାଏଁ ଟ୍ୱେଣ୍ଟି-୨୦ ଓ ଦିନିକିଆ ଖେଳିବ ।