ମନ୍ତ୍ରୀଙ୍କ ପରେ ସଚିବଙ୍କୁ କାମର ହିସାବ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସଂକେତ୍ ଟିଭି) : ମନ୍ତ୍ରୀମାନଙ୍କ ପରେ ଏବେ ସଚିବଙ୍କୁ ରିପୋର୍ଟ କାର୍ଡ ମାଗିଲେ ରାଜ୍ୟ ସରକାର । ଚଳିତମାସ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ।

ସୂଚନା ଅନୁସାରେ, ପ୍ରଥମ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ରିପୋର୍ଟ କାର୍ଡ ଦେବେ ସଚିବ । ତାହାର ସମୀକ୍ଷା କରାଯିବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ସବୁ ବିଭାଗର ମୁଖ୍ୟଙ୍କୁ ଏ ନେଇ ଚିଠି ଲେଖି ରିପୋର୍ଟ ଦେବାକୁ କହିଛନ୍ତି । ତେବେ ପଞ୍ଚମ ପାଳିର ୩ବର୍ଷ ପୂରଣ ପୂର୍ବରୁ ପୂର୍ବରୁ ଜଳେସଚନ, ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ପଛୁଆ ବର୍ଗ କମିଶନର ପୁନର୍ଗଠନ, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ନିରାପତ୍ତା ନେଇ ବିଏସକେଓ୍ବାଇ ଯୋଜନା, ପକ୍କା ଘର ନିର୍ମାଣ ଓ ବିଜୁ ଏକ୍ସପ୍ରେସ ଓ୍ବେ ମୋଟ ୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ଏହି ସବୁ ବିଭାଗର ସମୀକ୍ଷା ପରେ ଆଇଏଏସ ସ୍ଥରରେ ଅଦଳବଦଳ କରାଯିବ ବୋଲି ଜଣାପଡିଛି ।