ପିସିସି ପରିବର୍ତ୍ତନ : ଦିଲ୍ଲୀ ଗଲେ ଓଡିଶା କଂଗ୍ରେସ ନେତା

ଭୁବନେଶ୍ବର (ସଂକେତ୍ ଟିଭି) : କଂଗ୍ରେସ ନେତାମାନେ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି। ହାଇକମାଣ୍ଡଙ୍କ ନିର୍ଦେଶ କ୍ରମେ ଏହି ନେତାମାନେ ଦିଲ୍ଲୀ ଯାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜିବୀ ବିଶ୍ୱାଳ, ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ରମେଶ ଜେନା, ସୁର ରାଉତରାୟ ଓ ମହମ୍ମଦ ମୋକିମ ପ୍ରମୁଖ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।

ଓଡିଶାରେ କଂଗ୍ରେସର ସଂଗଠନକୁ ମଜବୁତ କରିବା ତଥା ପିସିସି ସଭାପତି ପରିବର୍ତ୍ତନ ନେଇ ଏଥିରେ ଆଲୋଚନା ହେବ । ଏହା ସହିତ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ ହେବ ।

ଦଳର ସଂଗଠନକୁ ଅଧିକ ମଜବୁତ୍ କରିବା ନେଇ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ମନ୍ତବ୍ୟ ଦେଇଥିବା ବେଳେ ଜଣେ ଯୁବ ବର୍ଗଙ୍କୁ ପିସିସି ସଭାପତି ହେଲେ ଭଲ ହେବ ବୋଲି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କହିଛନ୍ତି। ହେଲେ ହାଇକମାଣ୍ଡ ଯାହା ନିଷ୍ପତି ନେବେ ତାହା ମାନ୍ୟ ବୋଲି ଦଳୀୟ ନେତା ମାନେ କହିଛନ୍ତି।

ସୂଚନା ଅନୁସାରେ , ପିସିସି ପରିବର୍ତ୍ତନ ନେଇ କିଛି ଦିନ ତଳେ ପ୍ରଭାରୀ ଚେଲ୍ଲା କୁମାର ଗସ୍ତ କରିଥିଲେ । ଏଠାରୁ ସଂଗ୍ରହ କରିଥିବା ରିପୋର୍ଟକୁ ନେଇ ହାଇକମାଣ୍ଡକୁ ଦେବେ ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଥିଲେ ।