ବ୍ରଜରାଜନଗର ଉପ ନିର୍ବାଚନ: ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍ ହେଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବର (ସଂକେତ୍ ଟିଭି) : ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ୍ । ଦଳର ସାଧାରଣ ସଂପାଦକ ମୁକୁଲ ୱାସ୍ନିକ୍ କିଶୋର ପଟେଲ୍ଙ୍କୁ କଂଗ୍ରେସ୍ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ସୂଚନା ଦେଇଛନ୍ତି ।

ଗତକାଲି ବିଜେପି ପକ୍ଷରୁ ଘୋଷଣା ହୋଇଥିଲା ପ୍ରାର୍ଥୀ । ବିଜେପିରୁ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲା ଭାରତୀୟ ଜନତା ପାର୍ଟି । ଆଜି ବିଜେଡି ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ହେଉଛନ୍ତି ଅଳକା ମହାନ୍ତି ।