ପୁଟିନ୍‌ଙ୍କ ବିଳାସମୟ ଜାହାଜ ଜବତ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ୟୁକ୍ରେନ୍ ଉପରେ ଆକ୍ରମଣକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ଉପରେ ରୁଷ ବିରୋଧରେ ଜୋରଦାର ଆର୍ଥିକ କଟକଣା ଲାଗୁ କରୁଛନ୍ତି । ଇଟାଲୀ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହି ପରିପ୍ରେକ୍ଷୀରେ ରୁଷ ରାଷ୍ଟ୍ରତି ଭ୍ଲାଦିର୍ମି ପୁଟିନ୍‌ଙ୍କ ଏକ ବିଳାସମୟ ଜାହାଜ “ସେହରାଜାଦେ’କୁ ଜବତ କରିନେଇଛି ଇଟାଲୀ ।

ଜାହାଜଟିର ଲମ୍ବ ୪୫୦ ଫୁଟରୁ ଅଧିକ ହେବ । ଏଥିରେ ଅନେକ ସଂଖ୍ୟକ ସ୍ପା, ସୁଇମିଙ୍ଗ ପୁଲ୍ ଏବଂ ଦୁଇଟି ହେଲିକର ପ୍ୟାଡ୍ ରହିଛି । ଜାହାଜର ଦାମ ୭୦୦ ନିୟୁତ ଡଲାର ହେବ । ଏହି ଜାହାଜ ପୁଟିନ୍‌ଙ୍କର ବୋଲି ଜେଲରେ ଥିବା ସାମାଜିକ କର୍ମୀ ତଥା ରୁଷୀୟ ବିରୋଧୀ ଦଳ ନେତା ଆଲେକ୍ସେଇ ନାଭାଲନି ସ୍ପଷ୍ଟ କରିଛନ୍ତି । କ୍ରିଉ ସଦସ୍ୟମାନେ ଇଟାଲୀର ସମ୍ଭାବ୍ୟ କଟକଣାକୁ ଏଡ଼ାଇ ପଳାଇଯିବା ପାଇଁ ଚେଷ୍ଟା କରୁଥିଲେ । ଏହା ଉପରେ ଇଟାଲୀ ପୁଲିସ ତଦନ୍ତ ଜାରି ରଖିଥିଲା । ଏହା ଅନ୍ତର୍ଜାତୀୟ ଜଳମାର୍ଗରେ ଖସି ପଳାଇବା ପୂର୍ବରୁ ପୁଲିସ ଜବତ କରିନେଇଛି ।