ପ୍ଲେ-ଅଫ୍‌ରୁ ବଞ୍ଚିତ ହେଲେ ମଧ୍ୟ ଦୁଃଖ ନାହିଁ: ଧୋନୀ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଗତ ବର୍ଷର ଚାମ୍ପିଅନ ତଥା ଚାରିଥର ଆଇପିଏଲ ଟାଇଟଲ ବିଜେତା ଚେନ୍ନାଇ ସୁର କିଙ୍ଗସ ଫ୍ରାଞ୍ଚାଇଜର ଅଧିନାୟକ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ ଚଳିତ ସିଜିନର ଆଇପିଏଲରେ ଆମର ପ୍ରଦର୍ଶନ ଆଶାନୁରୂକ ହୋଇ ପାରିଲା ନାହିଁ । କାରଣ ପ୍ରଥମ ପର୍ଯ୍ୟାୟର ଏକାଧିକ ମ୍ୟାଚ ହାରିବା ପରେ ସମସ୍ୟା ସୃଷ୍ଟି ହୋଇ ଥିଲା । ତେବେ ପୁଣି ଆମେ ବିଜୟ ଧାରାକୁ ଫେରି ଥିବାରୁ ଖୁସି ଅନୁଭବ କରୁଛୁ । ମାତ୍ର ଆମ ପାଇଁ ପ୍ଳେ-ଅଫ ମ୍ୟାଚ ଖେଳିବା ବଡ ସମସ୍ୟା ହୋଇଛି । ଅବଶ୍ୟ ଏଥିରେ ବିଫଳ ହେଲେ ମଧ୍ୟ କୌଣସି ଦୁଃଖ ନାହିଁ । ପୁଣି ଥରେ ସୁଯୋଗ ଆସିବ । ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବା ପାଇଁ ପଡିବ ।

ସୂଚନା ଯୋଗ୍ୟ ଯେ ରବିବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୯୧ ରନରେ ପରାସ୍ତ କରି ଚେନ୍ନାଇ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ପହଞ୍ଚିଛି । ଅବଶିଷ୍ଟ ତିନି ଲିଗ ମ୍ୟାଚରେ ବିଜୟୀ ହେଲେ ମଧ୍ୟ ଚେନ୍ନାଇ ପ୍ଲେ- ଅଫ ଖେଳିବା ସମ୍ଭାବନା ନାହିଁ । କାରଣ ଅନ୍ୟ ଦଳ ପଏଣ୍ଟ ତାଲିକାର ବହୁ ଉପରେ ଅଛନ୍ତି । ସେହିରି ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ମଧ୍ୟ ଅତି ଖରାପ ପୋଜିସନରେ ରହିବା ସହିତ ଚଳିତ ବର୍ଷର ଆଇପିଏଲରୁ ବାଦ ପଡି ସାରିଛି ।