ପୁଟିନ୍ଙ୍କ ଯୁଦ୍ଧ ନିଶା ଋଷକୁ ଲଜ୍ଜିତ କରିଛି : ଜି-୭
ନୂଆଦିଲ୍ଲୀ (ସଂକେତ୍ ଟିଭି) : ପୁଟିନ୍ଙ୍କ ପଦକ୍ଷେପ ରୁଷ୍କକୁ ଲଜ୍ଜିତ କରିଛି ବୋଲି ୟୁକେନରେ ରାଷ୍ଟ୍ରପତି ଭୋଲୋଦିର୍ମି ଜେଲେନ୍ସକିଙ୍କୁ ଭର୍ଚ୍ୟୁଆଲ୍ ଭାବେ ଭେଟିବା ପରେ ‘ଗ୍ରୁପ୍ ଅଫ୍ ସେଭେନ୍’ର (ଜି-୭) ନେତୃବୃନ୍ଦ କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଫ୍ରାନସର ରାଷ୍ଟ୍ରପତିଙ୍କ ସମେତ ଜି-୭ର ନେତାମାନେ ଜେଲେନ୍ସକିଙ୍କ ସହ ଅନ୍ଲାଇନ୍ କଥାବାର୍ତ୍ତା କରିବା ସହ କିଭ୍ ପ୍ରତି ସେମାନଙ୍କର ସମର୍ଥନ ଅପରିବର୍ତ୍ତୀତ ରହିଛି ବୋଲି କହିଥିଲେ ।
ଅନଲାଇନ୍ ଆଲୋଚନା ପରେ ରବିବାର ମିଳିତ ବିବୃତି ଦେଇ ଜି-୭ ନେତାମାନେ କହିଥିଲେ ଯେ, ରାଷ୍ଟ୍ରପତି ପୁଟିନ୍ଙ୍କ ପଦକ୍ଷେପ ସବୁ ରୁଷକୁ ଏବଂ ତା’ର ଜନସାଧାରଣଙ୍କ ସ୍ମରଣୀୟ ଆତ୍ମୋତ୍ସର୍ଗକୁ ଲଜ୍ଜିତ କରିଛି । ଜେଲେନକୁଙ୍କ ପ୍ରତି ଏବଂ ଦେଶର ସାର୍ବଭେମତ୍ତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ବଜାୟ ରଖିବା ଲାଗି ୟୁକ୍ରେନରେ ସାହସିକ ମୁକାବିଲା ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।
ବିବୃତି ଦେଇ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, କାନାଡା, ଜର୍ମାନୀ, ଫ୍ରାନ୍ସ୍, ଇଟାଲି ଏବଂ ଜାପାନ ଆଦି ‘ଜି-୭’ ଦେଶସମୂହ କହିଛନ୍ତି, ଆନ୍ତର୍ଜାତିକ ସମୁଦାୟ ସହ ଆମେ ‘ଜି- ୭’ ସମୂହ ଯୁଦ୍ଧ ଆରମ୍ଭରୁ ୟୁକ୍ରେନକୁ ସହାୟତା ଯୋଗାଇ ଦେଇଛୁ । ଉଭୟ ଆର୍ଥିକ ଓ ସାମଗ୍ରୀ ଆକାରରେ ୨୦୨୨ ଏବଂ ତା’ପର ବର୍ଷମାନଙ୍କ ପାଇଁ ଆମେ ଅଧିକ ୨୫ ବିଲିୟନ୍ ଆମେରିକୀୟ ଡଲାର୍ ଯୋଗାଇ ଦେବୁ ।
ଏହା ବ୍ୟତିରେକେ, ରୁଷର ୟୁକ୍ରେନ୍ ଓ ସେଠାକାର ସାଧାରଣ ନାଗରିକ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣକୁ ସେମାନେ ଅକାରଣ, ଅକ୍ଷମଣୀୟ ଏବଂ ଅବେଧ କହି ନିନ୍ଦା କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ସ୍ମରଣ କରି ‘ଜି୭’ନେତୃବୃନ୍ଦ ଗୁରୁତ୍ୱରୋପ କରି କହିଲେ ଯେ, ପୁଟିନ୍ ଏହି ଯୁଦ୍ଧରେ ବିଜୟ ହାସଲ କରିବା ଅନୁଚିତ ।