ଦିଲ୍ଲୀରୁ ଫେରିଲେ କଂଗ୍ରେସ ନେତା ଓ ବିଧାୟକ, ଖୁବଶୀଘ୍ର ନୂଆ ପିସିସି ସଭାପତି ଘୋଷଣା

ଭୁବନେଶ୍ବର (ସଂକେତ୍ ଟିଭି) : ଓଡିଶା କଂଗ୍ରେସର ବରିଷ୍ଠ ନେତାମାନେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ଭୁବନେଶ୍ବର ଫେରିଛନ୍ତି । ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା କରିବା ପାଇଁ ଏହି ସବୁ ନେତା ଦିଲ୍ଲୀରେ ଡେରା ପକାଇଥିଲେ । ଓଡିଶା ଫେରିବା ପରେ କଂଗ୍ରେସ ନେତା ଉତ୍ସାହିତ ଥିବା ଜଣାପଡିଛି ।

ଦିଲ୍ଲୀରୁ ଫେରିଥିବା ନେତାଙ୍କ ମଧ୍ଯରେ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ରାଜନ ଏକା ଓ ରମେଶ ଜେନା ରହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ଏକ ହୋଇ ରହିବା ସହ ସଂଗଠନ ମଜବୁତ୍‌ କରିବା ଦିଗରେ ସମସ୍ତେ ମିଳିମିଶି କାମ କରିବା ଜରୁରୀ । ଏଥିସହ ଶୃଙ୍ଖଳା ରକ୍ଷା କରି ଏକଜୁଟ୍‌ ହୋଇ କାମ କର ବୋଲି ରାହୁଲ କହିଥିବା ନରସିଂହ ମିଶ୍ର କହିଛନ୍ତି ।

ସେହିପରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆଲୋଚନା ଭଲ ହୋଇଛି । ରାହୁଲ ଗାନ୍ଧୀ ବୈଠକରେ ଆମ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଆଗକୁ ସବୁ ନେତା ଓ କର୍ମୀ ମିଳିମିଶି କାମ କରିବାକୁ କହିଛନ୍ତି । ସେହଭଳି ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି, ଖୁବ୍‌ ଜଲଦି ନୂଆ ପିସିସି ସଭାପତି ଘୋଷଣା ହେବ ।