ପୂର୍ବରୁ ସାହାସ କରି ପାରୁନଥିଲି ସାମନ୍ଥା ରୁଥ୍ ପ୍ରଭୁ

ମୁମ୍ବାଇ (ସଂକେତ୍ ଟିଭି) : ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଯେତିକି ସୁନ୍ଦର ସେତିକି ଦକ୍ଷ । ଅନ୍ୟ ଅଭିନେତ୍ରୀ ମଧ୍ୟରୁ ସେ ଇଣ୍ଡଷ୍ଟ୍ରିରେ ପ୍ରମୁଖ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିକଟରେ ସାମନ୍ଥା ବଲିଉଡ୍‌ରେ ମଧ୍ୟ ପାଦ ଦେଇଛନ୍ତି । ବର୍ତ୍ତମାନ ତାଙ୍କର କୌଣସି ପରିଚୟର ଆବଶ୍ୟକ ନାହିଁ ।

ପୁଷ୍ପାରେ ଆଇଟମ୍ ଗୀତ ପରେ ସାମନ୍ଥା ସବୁଆଡେ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏବେ ତାଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରତ୍ୟେକ ଥର ଭଳି ଏଭଳି ଏକ ଲୁକ୍‌ରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ଦିୱାନା ହୋଇଯାଇଛନ୍ତି । ନିକଟରେ ସାମନ୍ଥା ଏକ ମ୍ୟାଗାଜିନ୍ ପାଇଁ ଏକ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍ ହୋଇଛି । ଏହା ମେ-ଜୁନ୍ ୨୦୨୨ରେ ଏକ ପପୁଲାର ମ୍ୟାଗାଜିନର କଭର ଗାର୍ଲ ହେବେ । ମ୍ୟାଗାଜିନ୍‌ର କଭର୍ ପେଜ୍ ପାଇଁ ସାମନ୍ଥା ଏହି ବୋଲ୍ଡ ଅନ୍ଦାଜ୍‌ରେ ପୋଜ୍ ଦେଇଛନ୍ତି ।

ସାମନ୍ଥା ତାଙ୍କ କ୍ୟାରିୟରକୁ ନେଇ ମଧ୍ୟ କଥା ହୋଇଛନ୍ତି । ତାଙ୍କର ଏହି କଭର ସୁଟରୁ ଏକ ଫଟୋ ସେୟାର କରି ସାମନ୍ତ ଲେଖିଛନ୍ତି, ମୁଁ ବିଶ୍ୱାସ କରେ କି ଅନେକ ପ୍ରୋଜେକ୍ଟରେ କାମ କରିସାରିଛି, ମୁଁ ବର୍ତ୍ତମାନ କହିାରେ ଯେ ମୋର ଆତ୍ମବିଶ୍ୱାସ ଅଛି । ଏହା ସାଧାରଣତଃ ବୟସ ଏବଂ ପରିକ୍ୱତା ସହିତ ଆସିଥାଏ ।

ତାଙ୍କ କ୍ୟାରିୟରକୁ ନେଇ କହିଛନ୍ତି କି – ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ସେ ନିଜ ଚର୍ମ ତଥା ତ୍ୱଚାକୁ ନେଇ ଅସହଜ ମନେ କରୁଥିଲି । ହେଲେ ଏବେ ତାହାକୁ ନେଇ କିଛି ସମୟ ଲାଗିଥିଲା ମୁଁ ଆତ୍ମବିଶ୍ୱାସ ସହିତ ଭିନ୍ନ ଭିନ୍ନ ଭୂମିକା ନିଭାଏ । ସେକ୍ସି ଗୀତ ହେଉ କିମ୍ବା ହାର୍ଡକୋର ଆକ୍ସନ୍‌, ଯାହା ମୁଁ ପୂର୍ବରୁ କରିବାକୁ ସାହସ କରିନଥିଲି, ଏବେ ତାହା କରୁଛି ।

ସାମନ୍ଥାଙ୍କ କାମ ବିଷୟରେ କହିବାକୁ ଗଲେ, ତାଙ୍କ ପାଖରେ ଅନେକ ବଡ ବଡ ପ୍ରୋଜେକ୍ଟ ଅଛି । ଯେଉଁଥିରେ ‘ଶକୁନ୍ତଲାମ’ ଏବଂ ‘ଯଶୋଦା’ ଭଳି ଫିଲ୍ମ ଅଛି । ଏହା ବ୍ୟତୀତ ସେ ବିଜୟ ଦେବରାକୋଣ୍ଡାଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଏହା ବ୍ୟତୀତ ସାମନ୍ତ ମଧ୍ୟ ବରୁଣ ଧାୱନଙ୍କ ସହ ମଧ୍ୟ ଏକ ଫିଲ୍ମରେ ନଜର ଆସିବେ ।