FeaturedLatest

ସାମୁଦ୍ରିକ ବାତ୍ୟା ଆସନି : ବିଶାଖାପାଟନମରୁ ୨୩ ଓ ଚେନ୍ନାଇରୁ ୧୦ ବିମାନ ବାତିଲ

ନୂଆଦିଲ୍ଲୀ (ସଂକେତ୍ ଟିଭି) : ସାମୁଦ୍ରିକ ବାତ୍ୟା ଆସନି ଯୋଗୁଁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ ଏହା ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ ରହିଛି । ଏଥିଯୋଗୁଁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୨୩ଟି ଓ ଚେନ୍ନାଇରୁ ୧୦ ବିମାନର ଉଡାଣ ଓ ଏବଂ ଅବତରଣକୁ ବାତିଲ କରାଯାଇଛି ।

ବିଶାଖାପାଟନମ ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀନିବାସ କହିଛନ୍ତି, ଉଡାଣ ସୂଚୀରେ ଥିବା ମୋଟ ୨୩ ବିମାନକୁ ବାତିଲ କରାଯାଇଛି । ଇଣ୍ଡିଗୋ ଏୟାର ଲାଇନ୍ସ ଓ ଏୟାର ଏସିଆର ବିମାନ ଏଥିରେ ସାମିଲ ଅଛନ୍ତି । ସେହିପରି ଚେନ୍ନାଇ ବିମାନବନ୍ଦରରେ ମଧ୍ୟ ଦଶଟି ବିମାନର ଉଡାଣ ଓ ଅବତରଣକୁ ବାତିଲ କରାଯାଇଛି । ବିଶାଖାପାଟନମ, ହାଇଦ୍ରାବାଦ ଓ ମୁମ୍ବାଇରୁ ଆସି ଚେନ୍ନାଇରେ ଅବତରଣ କରିବାକୁ ଥିବା କିଛି ବିମାନ ସମେତ ଉଡାଣ ତାଲିକାରେ ଥିବା କିଛି ବିମାନକୁ ମଧ୍ୟ ବାତିଲ କରାଯାଇଛି ।

ତେବେ ଆସନ୍ତା କାଲି ସକାଳେ ଏହି ସାମୁଦ୍ରିକ ବାତ୍ଯା ବିଜୟଓ୍ବାଡାଠାରେ ଲ୍ଯାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଉଛି । ଏହାପରେ ଦୂର୍ବଳ ହେବ ବୋଲି କୁହାଯାଉଛି ।