ଡିସେମ୍ବରରେ ରିଲିଜ ହେବ ହଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘ଅବତାର୍‌ ୨’

ମୁମ୍ବାଇ (ସଂକେତ୍ ଟିଭି) : ହଲିଉଡ୍‌ର ବହୁପ୍ରତୀକ୍ଷିତ ଫିଲ୍ମ ‘ଅବତାର ୨: ଦ ୱେ ଅଫ୍‌ ୱାଟର୍‌’ର ଦମଦାର ଟିଜର ରିଲିଜ୍‌ ହୋଇଛି । ଟାଇଟାନିକ ଫେମ୍‌ ନିର୍ଦ୍ଦେଶକ ଜେମ୍ସ କେମରୁନଙ୍କ ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ମଧ୍ୟ ଘୋଷଣା ହୋଇଛି । ଏହା ଚଳିତ ବର୍ଷ ୧୬ ଡିସେମ୍ବରରେ ସମଗ୍ର ବିଶ୍ୱରେ ମୁକ୍ତିଲାଭ କରିବ । ଭାରତରେ ଏହି ଫିଲ୍ମ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମଲୟାଲମ ଭାଷାରେ ରିଲିଜ କରାଯିବ ।

ଅବତାର ଫ୍ରାଞ୍ଚାଇଜିର ଏହି ସ୍ୱିକେଲର ଝଲକ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । କାରଣ ଟ୍ରେଲର ରିଲିଜ୍‌ ହେବା ମାତ୍ରେ ଏହା ୟୁଟୁ୍ୟବ୍‌ରେ ଭାଇରାଲ ହେବାରେ ଲାଗିଛି । ଫିଲ୍ମର ଷ୍ଟାରକାଷ୍ଟରେ ସାମ୍‌ ୱର୍ଥିଗଟନ, ଜୋଇ ସାଲଡାନା, ଷ୍ଟିଫେନ ଲ୍ୟାଙ୍ଗ୍‌, କେଟ୍‌ ୱିନସେଲଫ ଏବଂ ଭିନ ଡିଜେଲ୍‌ଙ୍କ ନାମ ସାମିଲ ରହିଛି । ୨୦୦୯ରେ ଅବତାର ମୁକ୍ତିଲାଭ କରିଥିଲା । ସେସମୟରେ ଫିଲ୍ମଟି ବିଶ୍ୱବ୍ୟାପୀ ୨୦ ହଜାର କୋଟି ଟଙ୍କା ବକ୍ସ ଅଫିସ୍‌ କଲେକ୍ସନ କରି ରେକର୍ଡ କରିଥିଲା ।