ପଞ୍ଜାବରେ ନୂଆ ଆତଙ୍କୀ ଗୃପ୍ ଲସ୍କର-ଏ-ଖାଲସା

ନୂଆଦିଲ୍ଲୀ (ସଂକେତ୍ ଟିଭି) : ପଞ୍ଜାବରେ ହୋଇଥିବା ବୋମା ବିସ୍ଫୋରଣର ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଏହି ବିସ୍ଫୋରଣ ପଛରେ ପାକିସ୍ତାନର ହାତ ଥିବା ଜାଣିବାକୁ ମିଳିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପକୁ ସଂଘଠିତ କରିବା ପାଇଁ ଏକ ନୂଆ ଗୃପ ଗଠନ କରିଛି ।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି କି ନୂଆ ଆତଙ୍କବାଦ ଗୃପ‌ର ନାମ ଲସ୍କର- ଏ-ଖାଲସା ନାମରେ ନାମିତ କରାଯାଇଛି । ଏହି ଆତଙ୍କବାଦ ଗୃପ‌ ଆଫଗାନିସ୍ତାନ ଆତଙ୍କବାଦ ଗୃପ‌ର ଯୁବକଙ୍କ ଦ୍ୱାରା ତାଲିମ ନେଉଛନ୍ତି । ଲସ୍କର-ଏ-ଖାଲ୍‌ସା ଗୃପ‌ରେ କିଛି ଆଫଗାନ୍ ଆତଙ୍କବାଦୀଙ୍କୁ ବି ସାମିଲ କରାଯାଇଛି । ଖାସ୍‌କରି ଆଫଗାନ ଆତଙ୍କବାଦୀମାନେ ରକେଟ୍‌ ପ୍ରୋପେଲ୍ଡ ଗ୍ରେନେଡ୍ (ଆରପିଜି) ସମେତ ଆଧୁନିକ ମାରଣାସ୍ତ୍ର ଚଳାଇବାରେ ବେଶ୍ ଧୂରନ୍ଧର । ଏହି ନୂଆ ଆତଙ୍କବାଦ ଗୃପ ଦ୍ୱାରା ଜାମ୍ମୁ- କାଶ୍ମୀରରେ ଆକ୍ରମଣ ଯୋଜନା ପାଇଁ ଷଡ଼ଯନ୍ତ୍ର ବି କରାଯାଉଛି ।

ସେହିପରି ପଞ୍ଜାବ ଓ ହରିଆଣାର କିଛି ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କୁ ବି ଏହି ଗୃପରେ ସାମିଲ କରାଯିବା ପାଇଁ ଚେଷ୍ଟା ଚାଲିଛି । ବିଶେଷକରି ଗ୍ୟାଙ୍ଗଷ୍ଟର ଓ ଅପରାଧୀମାନଙ୍କୁ ଡ୍ରଗ୍ସ ମାଧ୍ୟମରେ ହେଉଥିବା ବିପୁଳ ଅର୍ଥରାଶିର ଲୋଭ ଦେଖାଉଛି ଏହି ଗୃପ୍ ।

ସୂଚନାନୁଯାୟୀ ମୋହାଲି ଇଣ୍ଟେଲିଜେନ୍ସି ଅଫିସ୍‌ରେ ହୋଇଥିବା ବିସ୍ଫୋରଣରେ ସ୍ଥାନୀୟ ଗ୍ୟାଙ୍ଗଷ୍ଟରଙ୍କ ହାତ ରହିଥିବା ଜଣାପଡ଼ିବା ପରେ ସେମାନଙ୍କୁ ଧରିବା ପାଇଁ ଖାନ୍‌ତଲାସୀ ଆରମ୍ଭ ହୋଇଯାଇଛି ।