ରସେଲଙ୍କ ପରି ରିଷଭ ପନ୍ତ ବ୍ୟାଟିଂ କରିବା ଉଚିତ: ରବି ଶାସ୍ତ୍ରୀ

ମୁମ୍ବାଇ (ସଂକେତ୍ ଟିଭି) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ କୋଲକାତା ନାଇଟ ରାଇଡର୍ସ ଦଳର ଆନ୍ଦ୍ରେ ରସେଲଙ୍କ ପରି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଟି-୨୦ ଫର୍ମାଟରେ ବ୍ୟାଟିଂ କରିବା ଉଚିତ । ଏହି ପ୍ରକାର ବ୍ୟାଟିଂ କେଏ ଚଳିତ ଆଇପିଏଲର ଅବଶିଷ୍ଟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇ ପାରିବ । ପନ୍ତ ଚଳିତ ଆଇପିଏଲରେ ନିଜର ପୂର୍ବ ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ।

ମାତ୍ର ଗୁରୁତ୍ୱୂର୍ଣ୍ଣ ମୁହୂର୍ତ୍ତରେ ସେ ଦଳ ପାଇଁ ବିଶେଷ ଯୋଗଦାନ କରିବାରେ ବିଫଳ ହେବାରୁ ଦଳ ଅଳ୍ପକେ ଏକାଧିକ ବିଜୟରୁ ବଂଚିତ ହୋଇ ଆସୁଛି । ତେଣୁ ଏ ଦିଗରେ ଅଧିକ ସଚେତନ ହେଲେ ସେ ଦଳର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବେ । ଦିଲ୍ଲୀ କ୍ୟାପିଟାଲତସ ପ୍ଳେ ଅଫ ଖେଳିବା ଆଶାକୁ ଦୃଢ଼ କରିବା ପାଇଁ ହେଲେ ପନ୍ତ ପରବର୍ତ୍ତୀ ମ୍ୟାଚରେ ଦଳ ପାଇଁ ବଡ ଦାୟିତ୍ୱ ସମ୍ପାଦନ କରିବାକୁ ପଡିବ ବୋଲି କହିଛନ୍ତି ରବି ଶାସ୍ତ୍ରୀ । କାରଣ ଅଲରାଉଣ୍ଡର ଆନ୍ଦ୍ରେ ରସେଲ କୋଲକାତା ନାଇଟ ରାଇଡର୍ସ ପାଇଁ ଯେଉଁପରି ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି ତାହା ପନ୍ତ ଅନୁସରଣ କରିବା ଉଚିତ ।