ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଏହି ଗମ୍ଭୀର ରୋଗରେ ପୀଡିତ

ବେଜିଂ (ସଂକେତ୍ ଟିଭି) : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗମ୍ଭୀର ରୋଗରେ ପୀଡିତ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ଚୀନ୍ ରାଷ୍ଟ୍ରପତି ମାନସିକ ରୋଗ “ସେରେବ୍ରଲ ଏନ୍ୟୁରିଜମ୍‌’ରେ ପୀଡିତ । ଏହି କାରଣଙ୍କୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା । ଡାକ୍ତର ମଧ୍ୟ ଜିନପିଙ୍ଗଙ୍କୁ ସର୍ଜରୀ ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହା ନକରି ସେ ପାରମ୍ପରିକ ଚୀନ୍ ଔଷଧ ଦ୍ୱାରା ଚିକିତ୍ସା କରାଉଛନ୍ତି । କିଛି ଦିନ ହେବ ଚୀନ୍ ରାଷ୍ଟ୍ରପତି ଅସୁସ୍ଥ ଥିବା ନେଇ ଆଲୋଚନା କରାଯାଉଥିଲା ।

ଏବେ ପୁଣି ଏମିତି ଖବର ସାମ୍ନାକୁ ଆସିଛି ଯେ ତାଙ୍କର ଚିକିତ୍ସା ଚାଲିଛି । ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ବେଳେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । ପରେ ସେହି ଗସ୍ତ ସମୟରେ ଫ୍ରାନ୍ସରେ ମଧ୍ୟ ସେ ବସିବା ପାଇଁ ସାହାରା ନେଉଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଅକ୍ଟୋବର ୨୦୨୦ରେ ଶେନଝେନରେ ଏକ ସମ୍ୱୋଧନ ସମୟରେ ତାଙ୍କ ଉପସ୍ଥିତିରେ ବିଳମ୍ୱ, ଧୀର ସ୍ୱରରେ ଭାଷଣ ଏବଂ କାଶ ଭଳି ସମସ୍ୟା ସାମ୍ନାକୁ ଆସିଥିଲା ।

କୁହାଯାଉଛି ଯେ ସେ “ସେରେବ୍ରଲ ଏନ୍ୟୁରିଜମ୍‌’ରେ ପୀଡିତ ଅଛନ୍ତି । ମସ୍ତିଷ୍କରେ ରକ୍ତ ବାହିକାର ଗୋଟିଏ ପାର୍ଶ୍ବ ଦୁର୍ବଳ ହୋଇ ବେଲୁନ ଭଳି ଫୁଲିବାକୁ ମସ୍ତିଷ୍କ “ସେରେବ୍ରଲ ଏନ୍ୟୁରିଜମ୍‌’ କୁହାଯାଏ । ଏହି ରୋଗ ମସ୍ତିଷ୍କର ଯେ କୌଅଂଶ କିମ୍ୱା ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ସାଧାରଣତଃ ଏହି ରୋଗ ୫୦ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ବିଶେଷକରି ଯେଉଁମାନଙ୍କଠାରେ ଉଚ୍ଚ ରକ୍ତଚାପ, ଜେନେଟିକ୍ ଭାବେ ସ୍ନାୟୁ ଦୁର୍ବଳ ହେବା, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ୱା ଟ୍ୟୁମର ଭଳି ରୋଗ ରହିଥାଏ ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ ।