ଟ୍ୱିଟରକୁ ପୁଣି ଫେରିବେ ଡୋନାଲ୍ଡ ଟ୍ରମ୍ପ୍

ଓ୍ବାସିଂଟନ (ସଂକେତ୍ ଟିଭି) : ଟ୍ୱିଟରକୁ ପୁଣି ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ୱିଟରର ନୂଆ ମାଲିକ ଏଲନ୍ ମସ୍କ ଏ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟ୍ୱିଟର ବ୍ୟାନ୍ ହଟାଇ ଦିଆଯିବ । ନ୍ୟୁଜ୍‌ ଏଜେନ୍ସୀ ଏପି ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ଏଲନ୍ ମସ୍କ ଏହା ମଧ୍ୟ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ୍ ଟ୍ୱିଟରରେ ବ୍ୟାନ୍ କରିବାର ନିଷ୍ପତ୍ତି ନୈତିକତା ଦୃଷ୍ଟିରୁ ଏକ ଭୁଲ୍‌ ନିଷ୍ପତ୍ତି ଥିଲା । ଟେସଲା ସିଇଓ ଏଲନ୍ ମସ୍କ ମଙ୍ଗଳବାର ଦିନ “ଫାଇନାନ୍ସିଆଲ ଟାଇମ୍ସ ଫ୍ୟୁଚର ଅଫ୍ ଦି ର୍କା ସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି ଯେ, ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟ୍ୱିଟର ବ୍ୟାନ୍‌କୁ ପ୍ରତ୍ୟାବର୍ତ୍ତନ କରିବେ । ଅବଶ୍ୟ ଏହି ସମ୍ଭାବନା ବହୁ ପୂର୍ବରୁ କରାଯାଉଥିଲା ଯେତେବେଳେ ଏଲନ୍ ମସ୍କ ଟ୍ୱିଟର କିଣିଥିଲେ ।

ଟ୍ୱିଟର ଯେତେବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପରେ ବ୍ୟାନ୍ ଲଗାଯାଇଥିଲା ସେତେବେଳେ ଏଲନ୍ ମସ୍କ କହିଥିଲେ ଯେ, ସେ ଏହି ପ୍ଲାଟଫର୍ମକୁ ସୁଧାରିବାକୁ ଚାହୁଁଛନ୍ତି । ଏଲନ୍ ମସ୍କ ନିଜକୁ ଫ୍ରି ସ୍ପିଚ୍‌ର ବଡ ପ୍ରୋତ୍ସାହକ ବୋଲି କୁହନ୍ତି । ଯେବେଠାରୁ ଏଲନ୍ ମସ୍କ ଟ୍ୱିଟରକୁ କିଣିଲେଣି ସେହିଦିନଠାରୁ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରକୁ ଫେରିବା ନେଇ ସମ୍ଭାବନା ରହିଥିବା ଆଲୋଚନା ହେଉଥିଲା ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ସେ ଟ୍ୱିଟରକୁ ଫେରିବେ ନାହିଁ । ଏକ ସାକ୍ଷାତକାରରେ ଟ୍ରମ୍ପ କହିଥିଲେ ଯେ, ମୁଁ ମୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ହିଁ ରହିବି । ଏହି ସମୟରେ ଏଲନ୍ ମସ୍କକୁ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ସେ ଜଣେ ଭଲ ମଣିଷ, ମୋର ଆଶା ଯେ ସେ ଟ୍ୱିଟରକୁ ସୁଧାରିବେ ।