୫ ଗାର୍ଲଫ୍ରେଣ୍ଡଙ୍କ ସହ ରାତି ବିତାନ୍ତି ଷ୍ଟାର ଫୁଟବଲ୍ ଖେଳାଳି

ନରଓ୍ବେ (ସଂକେତ୍ ଟିଭି) : ଫୁଟବଲ୍‌ ଜଗତରେ ଦମଦାର ଷ୍ଟ୍ରାଇକର ଭାବେ ଜଣାଶୁଣା ନରଓ୍ବେର ଫୁଟବଲ ଖେଳାଳି ଅର୍ଲିଂ ହୋଲାଣ୍ଡ ସଂପ୍ରତି ଚର୍ଚ୍ଚାରେ ରହିଛନ୍ତି ବୋରୁସିଆ । ଡାଇମଣ୍ଡ କ୍ଲବରୁ ଇଂଗ୍ଲିଶ ପ୍ରିମିୟର ଲିଗ୍‌ କ୍ଲବ ମାଞ୍ଚେଷ୍ଟର ସିଟିକୁ ଯିବା ଘଟଣା ବାଦ୍ ଆଉ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି ହୋଲାଣ୍ଡ ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ୫ ପ୍ରେମିକା ଅଛନ୍ତି ଏବଂ ସେ ସଭିଙ୍କ ସହ ରାତି ବିତାଇଥାନ୍ତି । ଫୁଟବଲ ମଇଦାନରେ ଦନାଦନ ଗୋଲ୍ ଦେଉଥିବା ଅର୍ଲିଂଙ୍କ ଏହି ବୟାନ ସଭିଙ୍କୁ ଆଚମ୍ବିତ କରିଛି । ନରଓ୍ବେର ଏକ ସ୍ଥାନୀୟ ମିଡିଆ ସହ ଆଲୋଚନା ବେଳେ ସେ ଉପରୋକ୍ତ ବୟାନ ଦେଇଥିଲେ । କିନ୍ତୁ ବାସ୍ତବରେ ଅର୍ଲିଂ ହୋଲାଣ୍ଡ ବଲ୍କୁ ହିଁ ଗାର୍ଲଫ୍ରେଣ୍ଡ କହିଥିଲେ ।

ସେ କହିଥିଲେ, ସେ ନିଜର ପ୍ରତ୍ୟେକ ହ୍ୟାଟ୍ରିକ ପାଇଁ ୫ଟି ବଲ୍ ସହ ଶୋଇଥାନ୍ତିୟ ବେଡରେ ବଲ୍‌ ସହ ତାଙ୍କୁ ବହୁତ ଭଲ ଲାଗିଥାଏ । ମୁଁ ସେମାନଙ୍କୁ ଗାର୍ଲଫ୍ରେଣ୍ଡ ପରି ଦେଖିଥାଏ ବୋଲି ହୋଲାଣ୍ଡ କହିଛନ୍ତି । ୨୦୨୦ରେ ବୋରୁସିଆ କ୍ଲବ ତରଫରୁ ଖେଳୁଥିବା ହୋଲାଣ୍ଡ ଶୀଘ୍ର କ୍ଲବ ଛାଡି ଇଂଗ୍ଲିଶ ପ୍ରିମିୟର ଲିଗ୍ କ୍ଲବ ମାଞ୍ଚେଷ୍ଟର ସିଟି ତରଫରୁ ଖେଳି ପାରନ୍ତି । ଏହା ପୂର୍ବରୁ ସେ ସ୍ପେନିଶ କ୍ଲବ ରିଏଲ ମାଦ୍ରିଦ ଏବଂ ଏଫସି ବାର୍ସେଲୋନା ପକ୍ଷରୁ ଖେଳି ସାରିଛନ୍ତି । କିନ୍ତୁ ଏବେ ସେ ଇଂଗ୍ଲିଶ ପ୍ରିମିୟର ଲିଗରେ ଖେଳିବାକୁ ଉଚିତ୍ ମଣିଛନ୍ତି ।