ଦେଶରେ କମୁଛି ପ୍ରଜନନ ହାର

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଦେଶର ଜନସଂଖ୍ୟାକୁ ନେଇ ଆସିଛି ବଡ ଖବର । ଧିରେ ଧିରେ ଆମ ଦେଶର ପ୍ରଜନନ ହାର କମୁଛି । ସ୍ୱାସ୍ଥ୍ଯ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ତଥ୍ୟ ଅନୁସାରେ ଦେଶରେ ଶିଶୁ ଜନ୍ମ ହାର ୨ ଦଶମିକ୍ ୨ ପ୍ରତିଶତରୁ ୨ ପ୍ରତିଶତକୁ ଖସିଆସିଛି । ସବୁ ଧର୍ମ କ୍ଷେତ୍ରରେ ଏହା କମୁଥିବା ଦେଖିବାକୁ ମିଳିଛି । ୨୦୧୯ -୨୧ ବର୍ଷକୁ ନେଇ ଏହି ସର୍ଭେ କରାଯାଇଛି ।

ସବୁଠୁ ବଡ କଥା ହେଉଛି ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସଲିମ ସମ୍ପ୍ରଦାୟର ପ୍ରଜନନ ହାର ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଅଧିକ କମିଛି । ସର୍ଭେ ରିପୋର୍ଟ ଅନୁସାରେ ମୁସଲିମ ସମ୍ପଦ୍ରାୟର ପଜନନ ହାର ୧୯୯୨- ୯୩ରୁ ୨୦୧୯-୨୧ ବର୍ଷ ମଧ୍ୟରେ ୪ ଦଶିମିକ୍ ୪ ପ୍ରତିଶତରୁ ୨ ଦଶମିକ୍ ୩୬ ପ୍ରତିଶତକୁ ଖସି ଆସିଛି । ହନ୍ଦୁଙ୍କ କ୍ଷେତ୍ରରେ ଏହି ହାର ୨ ଦଶମିକ ୧ ପ୍ରତିଶତରୁ ୧ ଦଶମିକ ୬ ପ୍ରତିଶତକୁ ଖସିଆସିଛି । ବର୍ଷ ୨୦୧୫-୧୬ ସର୍ଭେ ସହ ବର୍ଷ ୨୦୧୯-୨୧ ସର୍ଭେ ସହ ତୁଳନା କରାଯାଇଛି । ତେବେ ଦେଶରେ ହୋଇଥିବା ମୋଟ ୫ ଟି ସର୍ଭେରେ ମୁସଲିମ ସମ୍ପ୍ରଦାୟର ପ୍ରଜନନ ହାର ସବୁଠୁ ଅଧିକ ହ୍ରାସ ପାଇଛି ।

ମୁସଲମାନ ସମ୍ପ୍ରଦାୟର ପ୍ରଜନନ ହାର ମୋ ୪୬ ଦଶମିକ୍ ୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ହିନ୍ଦଙ୍କ କ୍ଷେତ୍ରରେ ଏହା ୪୧ ଦଶମିକ୍ ୨ ପ୍ରତିଶତ କମିଛି । ସର୍ଭେରେ କନ୍ୟା ସନ୍ତାନକୁ ନେଇ ଲୋକଙ୍କ ମାନସିକତା ବଳଦିଥିବା କୁହାଯାଇଛି । ପୁଅ-ଝିଅ ମଧ୍ୟରେ ଫରକ ନ ଦେଖି ଅଧିକାଂଶ ମହିଳା ପତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି । ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫ ପ୍ରତିଶତ ମହିଳା ପୁତ୍ର ସନ୍ତାନ ନେଇ କୌଣସି ଅଭିଳାଷ ରଖି ନଥିବା କହିଛନ୍ତି ।