ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍‌

ଭୁବନେଶ୍ବର (ସଂକେତ୍ ଟିଭି) :ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଡ୍ୟାନ୍ସ ବାର୍ । ଏଥିରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲିପାରିବ । ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାରକୁ ଅନୁମତି ଦେଇଛି ଅବକାରୀ ବିଭାଗ ।

ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେଲା ଡ୍ୟାନସ ବାର୍ ଉପରେ କଟକଣା ଲାଗୁ ହୋଇଥିଲା । ଏବେ ସେହି କଟକଣାକୁ କୋହଳ କରାଯାଇଛି । କମିଶନରେଟ୍ ପୋଲିସର ଗାଇଡଲାଇନ୍ ଅନୁସାରେ ଡ୍ୟାନ୍ସ ବାରଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି ।