ଆସୁଛି ପୁଷ୍ପା-୨, ଶହେ କୋଟି ଚାର୍ଜ କଲେ ଅଲ୍ଲୁ ଅର୍ଜୁନ
ମୁମ୍ବାଇ (ସଂକେତ୍ ଟିଭି) : ସାଉଥ ଫିଲ୍ମ ପୁଷ୍ପା ରିଲିଜ୍ ହେବା ମାତ୍ରେ ଏହାର ଡାଇଲଗ୍ ରାତାରାତି ଭାଇରାଲ୍ ହୋଇଯାଇଥିଲା । ଏହା ବଜାରରେ ଭଲ ବ୍ୟବସାୟ ମଧ୍ଯ କରିଥିଲା । ପୁଷ୍ପାର ପାର୍ଟ-୧କୁ ଦର୍ଶକ ଖୁବ୍ ପସନ୍ଦ କରିଥିବା ବେଳେ ଏବେ ଏହାର ପାର୍ଟ-୨ ନିର୍ମାଣ ପାଇଁ ଯୋଜନା ହେଉଛି ।
ଚଳଚ୍ଚିତ୍ର ନିର୍ମାତା ପୁଷ୍ପା ଦ ରୁଲ୍ ଉପରେ କାମ ଆରମ୍ଭ କରିଦେଇଥିବା କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ବିଗ୍ ବଜେଟ୍ରେ ନିର୍ମାଣ ହେବ ପୁଷ୍ପା-୨ । ଏହି ଫିଲ୍ମ ପାଇଁ ପ୍ରଡ୍ୟୁସର ୪ ଶହ କୋଟି ଟଙ୍କାର ବଜେଟ୍ ଆକଳନ କରିଛନ୍ତି । ତେବେ ଅଲ୍ଲୁ ଅର୍ଜୁନ୍ଙ୍କ ଫିସ୍ କଥା ଉଠିଲେ ଏହି ଫିସ୍ ତାଙ୍କ ଫିଲ୍ମ କ୍ୟାରିୟର୍ର ସବୁଠାରୁ ଅଧିକ ବୋଲି ଚର୍ଚ୍ଚା ହେଉଛି ।
ପୁଷ୍ପା ଦ ରାଇଜ୍ର ଅଭ୍ଭୁତପୂର୍ବ ସଫଳତା ପରେ ଦର୍ଶକ ପୁଷ୍ପା ଦ ରୁଲ୍କୁ ଅପେକ୍ଷା କରି ରହିଛନ୍ତି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ପୁଷ୍ପା ୨ର ବଜେଟ୍ ୪ ଶହ କୋଟି ହେବ । ଏହି ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନ୍ ୧ ଶହ କୋଟି ଫିସ୍ ନେଇଛନ୍ତି ।