ସହପାଠିନୀ ଅନନ୍ୟାଙ୍କୁ ବିବାହ କଲେ କଟକ-ଚୌଦ୍ୱାର ବିଧାୟକ
କଟକ (ସଂକେତ୍ ଟିଭି) : ବିବାହ ବନ୍ଧନରେ ବାନ୍ଧି ହେଲେ ଚୌଦ୍ୱାର-କଟକର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳ । ସେ ସହପାଠିନୀ ଅନନ୍ୟା ପ୍ରିୟଦର୍ଶିନୀଙ୍କୁ ଗୁରୁବାର ଦିନ ବିବାହ କରିଛନ୍ତି ।
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ ଥିବା ଲୋଟସ୍ ରିସର୍ଟସ୍ ହୋଟେଲ୍ରେ ଅନୁଷ୍ଠିତ ଏହି ବିବାହ ଉତ୍ସବ ସଂପୂର୍ଣ୍ଣ ବୈଦିକ ରୀତିନୀତିରେ ସଂପନ୍ନ ହୋଇଛି ।
ଗୁରୁବାର ଦିନ ପ୍ରାୟ ସାଢେ ୧୨ଟାରେ ସୌଭିକ୍ ମହାନଦୀବିହାର ବାସଭବନରୁ ବର ବେଶରେ ବାହାରିଥିଲେ । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ଗ୍ରୀନ୍ ରିସର୍ଟକୁ ଯାଇଥିଲେ । ସେଠାରୁ ଆତ୍ମୀୟସ୍ୱଜନ ଓ ସମ୍ପର୍କୀୟଙ୍କ ସହିତ ସେ ପୁରୀ କୋଣାର୍କ ମେରାଇନ୍ ରୋଡ୍ ସ୍ଥିତ ରାମଚଣ୍ଡୀଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରୁ ବିବାହ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଲୋଟସ୍ ରିସର୍ଟସ୍ ହୋଟେଲରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆସନ୍ତା ସପ୍ତାହରେ ଏକାଧିକ ସ୍ଥାନରେ ରିସେପ୍ସନ୍ ପାର୍ଟି ଆୟୋଜନ ହେବ ବୋଲି ସୂଚନା ମିଳିଛି ।