୧୦ ଲକ୍ଷ ‌ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭିଜିଲାନ୍ସ ଅଧିକାରୀ

ସମ୍ବଲପୁର: (ସଂକେତ ଟିଭି) ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରିପଡିଲେ ଜଣେ ଭିଜିଲାନ୍ସ ଅଧିକାରୀ । ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ଏକ କେସ୍ ବନ୍ଦ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଭିଜିଲାନ୍ସ ଡିଭିଜନର ଇନିସପେକ୍ଟର ମାନସୀ ଜେନା ଜଣେ ସରକାରୀ ଅଧିକାରୀଙ୍କ କେସ୍‌ ବନ୍ଦ କରିବା ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ସେ ବରଗଡ଼ ଜିଲ୍ଲା ମୁକେଶ ସାହୁ ନାଁରେ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଶ୍ରୀମତୀ ଜେନାଙ୍କ ପାଖରୁ ରଙ୍ଗବୋଳା ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଛି। ମାନସୀ ଜେନା ଓ ମୁକେଶ ସାହୁଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ରହିଛି।