ସେୟାର ମାର୍କେଟ ଟଙ୍କା ହରାଇ ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ବର (ସଂକେତ୍ ଟିଭି) : ସେୟାର ମାର୍କେଟରେ ବ୍ଯାପକ କ୍ଷତି ସହି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ । ଏମିତି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସର୍ଦାରସାହି ଗ୍ରାମରେ ଘଟିଛି ।

ଘଟଣାରୁ ଜଣାପଡିଛି ଯେ, ସର୍ଦାରସାହି ଗ୍ରାମର ସନ୍ତୋଷ ଦାସ ୩୫ ଲକ୍ଷ ରୁ ଅଧିକ ଟଙ୍କା ଗାଉଁଲି ସୂଧରେ ଋଣ କରି ସେୟାର ମାର୍କେଟରେ ଲଗାଇଥିଲେ। ତେବେ ସେୟାର ମାର୍କେଟରେ ବ୍ଯାପକ କ୍ଷତି ହେବାରୁ ସେ ଟଙ୍କା ଫେରାଇ ନପାରି ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ, ଶେଷରେ ଆତ୍ମହତ୍ୟା ର ରାସ୍ତା ବାଛି ନେଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଡାଏରିରେ ସୁଇସାଇଡ୍ ନୋଟ ଲେଖିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାଏରୀ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।