ଏବେ ଭାରତୀୟ ବଜାରକୁ ଆସିବନି ଟେସ୍‌ଲା ଇଲେକ୍ଟ୍ରିକ୍ କାର୍‌

ନୂଆଦିଲ୍ଲୀ (ସଂକେତ୍ ଟିଭି) : ଭାରତର ଲୋକମାନେ ଦୀର୍ଘସମୟ ହେବ ଟେସ୍‌ଲା ଇଲେକ୍ଟ୍ରିକ୍ କାର୍ କିଣିବା ପାଇଁ ଆଶା ବାନ୍ଧି ରଖିଛନ୍ତି । କିନ୍ତୁ ଏବେ ଏହି କାର୍ ଭାରତକୁ ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଏଲନ୍ ମସ୍କ ଏହି କାର୍ ଏବେ ଭାରତୀ ବଜାରରେ ବିକିବାର ପ୍ଲାନ୍‌କୁ ଏଡ଼ାଇ ଦେଇଛନ୍ତି ।

ରୟଟର୍ସର ଏକ ଖବର ମୁତାବକ ଟେସ୍‌ଲା ଆଇଏନ୍‌ସି ଭାରତରେ ନିଜର କାର୍‌ ଶୋ’ରୁମ୍ ପାଇଁ ସ୍ଥାନ ଖୋଜିବା କାମ ବନ୍ଦ କରିଦେଇଛି । ଏହି ସ୍ଥାନ ଖୋଜୁଥିବା ଟିମ୍‌କୁ ଅନ୍ୟ କାମରେ ନିୟୋଜିତ କରାଯିବା କାରଣରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ।