ଏଆଇସିସି ଅଧ୍ୟକ୍ଷା ହୁଅନ୍ତୁ ପ୍ରିୟଙ୍କା ଗାନ୍ଧୀ

ଉଦୟପୁର (ସଂକେତ୍ ଟିଭି) : ରାଜସ୍ଥାନ ଉଦୟପୁରରେ ଚାଲିଥିବା କଂଗ୍ରେସ ଚିନ୍ତନ ଶିବିରରେ ଦଳକୁ ମଜଭୂତ କରିବା ପାଇଁ ବିଚାର ବିମର୍ଶ ଚାଲିଛି । ଏଆଇସିସିର ସଭାପତି ଭାବେ ପ୍ରିୟଙ୍କା ଗାନ୍ଧିଙ୍କୁ ଦାୟିତ୍ୱ ଲାଗି ପ୍ରସ୍ତାବ ଦିଆଯାଇଛି । ପ୍ରିୟଙ୍କା ହେଉଛନ୍ତି ଦଳର ସବୁଠୁ ଲୋକପ୍ରିୟ ଚେହେରା ବୋଲି ନେତାମାନେ ମତ ଦେଇଛନ୍ତି ।

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣାନ୍‌ କହିଛନ୍ତି ଯେ, ୨ବର୍ଷ ରାହୁଲ ଗାନ୍ଧିଙ୍କୁ ସଭାପତି ଭାବେ ଦାୟିତ୍ୱ ନେବାକୁ ମନାଗଲା । ମାତ୍ର ସେ ଏଥିପାଇଁ ପ୍ରସ୍ତୁତ ନୁହନ୍ତି । ପି୍ରୟଙ୍କା ଗାନ୍ଧିଙ୍କୁ ଦଳର ସଭାପତି କରାଯାଉ । ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ । କେବଳ ଆଚାର୍ଯ୍ୟ ପ୍ରମୋଦ କି୍ରଷ୍ଣନ ନୁହଁନ୍ତି, ସାଂସଦ ଦିପିନ୍ଦର ହୁଡା ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧିଙ୍କୁ ଜାତୀୟ ସ୍ତରକୁ ଅଣାଯାଉ । ତାଙ୍କୁ ଗୋଟିଏ ରାଜ୍ୟରେ ସୀମିତ ନରଖାଯାଉ । ଏହି ଆଲୋଚନା ସମୟରେ ଗୁଜୁରାଟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା କହିଥିଲେ ଯେ, ଯଦି ଦଳ ଉନ୍ନତି ନକରିବ ତାହାଲେ ଏହା ଶେଷ ହୋଇଯିବ । ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟଲାଭ ନକରେ, ତାହାଲେ ୨୦୨୪ ଲୋକସଭା ନିର୍ବାଚନ ଲାଗି କୌଣସି ଆଶା ରହିବ
ନାହିଁ ।

କଂଗ୍ରେସ ନେତା ସଚିନ ପାଇଲଟ କହିଥିଲେ ଯେ, ଭାରତୀୟ ରାଜନୀତିରେ ୧୦୦ ବର୍ଷରୁ ଊଦ୍ଧ୍ୱର୍ ହେବ କଂଗ୍ରେସ କେନ୍ଦ୍ରବିନ୍ଦୁ ହୋଇଛି । ପ୍ରତି କ୍ଷେତ୍ରରେ ବିଜେପି ଦେଶକୁ ନିମ୍ନଗାମୀ କରିଛି । ଯୁବକମାନେ ଚାକିରୀ ସହ ନିଜର ଉନ୍ନତି କରିବାକୁ ଚାହୁଁଛନ୍ତି ।

ତେବେ ସୋନିଆ ଗାନ୍ଧି କହିଥିଲେ ଯେ, ସମୟ ଆସିଛି ଦଳ ଏହିସବୁ ଆହ୍ୱାନର ମୁକାବିଲା କରିବ । ଦଳ ସମସ୍ତଙ୍କୁ ବହୁତ କିଛି ଦେଇଛି । ଏବେ ଦଳକୁ ଦେବାର ସମୟ ଆସିଛି । ରାହୁଲ ଗାନ୍ଧି ଦଳର ନେତା ଅଛନ୍ତି, ଆମେ ସମସ୍ତେ ତାଙ୍କ ପଛରେ ଛିଡ଼ା ହେବା ଦରକାର ।