ପ୍ରଥମ ଥର ପାଇଁ ଥୋମାସ୍ କପ୍ ଜିତି ଇତିହାସ ରଚିଲା ଭାରତ
ନୂଆଦିଲ୍ଲୀ (ସଂକେତ୍ ଟିଭି) : ବେଡ୍ମିଣ୍ଟନର ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଥୋମାସ କପ୍ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ ଶକ୍ତିଶାଳୀ ଇଣ୍ଡୋନେସିଆ ଟିମକୁ ୩-୦ରେ ପରାଜିତ କରି ବିଜୟ ମୁକୁଟ ପିନ୍ଧିଛି।
ଖେଳାଳିମାନଙ୍କର ଏହି ଐତିହାସିକ ସଫଳତା ପାଇଁ ଖୁସି ବ୍ୟକ୍ତ କରି କରିବା ସହିତ ସେମାନଙ୍କୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତା ସହିତ ଇତିହାସ ରଚିଥିବା ବିଜେତା ଟିମ୍କୁ ଏକ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଖେଳ ମନ୍ତ୍ରାଳୟ ଘୋଷଣା କରିଛି।
ପ୍ରଥମ ମ୍ୟାଚରେ ଲକ୍ଷ୍ମୀ ସେନ ଏବଂ ସତଭିକ ଚିରାଗଙ୍କ ଯୋଡି ଭାରତକୁ ବିଜୟ ପ୍ରଦାନ କରିଥିଲେ। ଏହା ପରେ କିଣ୍ଡାମ୍ବି ଶ୍ରୀକାନ୍ତ ତୃତୀୟ ମ୍ୟାଚ ଜିତି ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ଥୋମାସ କପ ଚାମ୍ପିଅନ କରିଥିଲେ। ଉଦଘାଟନୀ ମ୍ୟାଚରେ ଲକ୍ଷ୍ମୀ ସେନ ଇଣ୍ଡୋନେସିଆର ଡିଫେଣ୍ଡିଂ ଚାମ୍ପିଅନ ଆଣ୍ଟୋନି ସିନିସୁକାଙ୍କୁ ୮-୨୧, ୨୧-୧୭, ୨୧-୧୬ ରେ ପରାସ୍ତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସତଭିକ ଚିରାଗଙ୍କ ଯୋଡି ମଧ୍ୟ ୧୮-୨୧, ୨୩-୨୧, ୨୧-୧୯ ରେ ଜିତିଥିଲେ। ତୃତୀୟ ମ୍ୟାଚ୍ ଶ୍ରୀକାନ୍ତ ଖ୍ରୀଷ୍ଟଙ୍କୁ ୨୧-୧୫, ୨୩-୨୧ ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ। ଥୋମାସ କପର ୭୧ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଚାମ୍ପିଅନ ହୋଇଛି। ଏହି ଟୁର୍ନାମେଣ୍ଟ ୧୯୪୮ ପରଠାରୁ ଖେଳାଯାଉଥିଲେ, ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଇଣ୍ଡୋନେସିଆ, ଡେନମାର୍କ ଏବଂ ମାଲେସିଆ ଏହି ଟୁର୍ନାମେଣ୍ଟରେ ଚାମ୍ପିଅନ ହେଉଥିଲେ।
ମାଲେସିଆ ଏବଂ ଡେନମାର୍କ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଭାରତୀୟ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଏହି ଟୁର୍ନାମେଣ୍ଟରେ ଭାରତ କେବଳ ଗୋଟିଏ ମ୍ୟାଚ ହାରିଥିଲା। ଯେତେବେଳେ ଏହା ଗ୍ରୁପ ପର୍ଯ୍ୟାୟରେ ଚାଇନାର ତାଇପେଇକୁ ପରାସ୍ତ କରିଥିଲା। ଏଥି ସହିତ ଇଣ୍ଡୋନେସିଆର ଦଳ ଫାଇନାଲ ପୂର୍ବରୁ ଏହି ଟୁର୍ନାମେଣ୍ଟରେ ଅପରାଜିତ ହୋଇଥିଲା।