କଳା କାଚ ଲଗାଇଲେ ତଣ୍ଡ ଗଣିବେ ଗାଡ଼ି ମାଲିକ

ଭୁବନେଶ୍ୱର (ସଂକେତ୍ ଟିଭି) : ଏଣିକି ରାଜଧାନୀରେ କଳା କାଚ ଲାଗିଲେ ଗାଡି ମାଲିକ ଗଣିବେ ୫୦୦ ଟଙ୍କା ତଣ୍ଡ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏପରି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି ।

ଆଗାମୀ ଦିନରେ ଏହି ନିୟମକୁ ଆହୁରି କଡ଼ାକଡ଼ି କରାଯିବ। ପ୍ରତି ଛକରେ ଯାଞ୍ଚ କରାଯିବ। ଯଦି କୌଣସି ମାଲିକ ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଏପରି କରନ୍ତି ତେବେ ଆଗକୁ ଗାଡ଼ି ସିଜ୍‌ କରାଯିବ ବୋଲି ଟ୍ରାଫିକ୍‌ ଏସ୍‌ପି କହିଛନ୍ତି। ତେବେ ବର୍ତ୍ତମାନ ଯାଏଁ ୫୧ଟି ଗାଡିର ଜୋରିମାନା ଆଦାୟ ହୋଇଛି ।