ବେକାରୀ ସମସ୍ୟାକୁ ନେଇ କାଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା କରିବ କଂଗ୍ରେସ

ଉଦୟପୁର (ସଂକେତ୍ ଟିଭି) : ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ଦେଶବ୍ୟାପୀ ପଦଯାତ୍ରା କରିବ । ଏହି ପଦଯାତ୍ରା ସମୟରେ ‘ଜନତା ଦରବାର’ (ସାଧାରଣ ସଭା) ମଧ୍ୟ ଆୟୋଜନ କରିବ। ବର୍ଷେ ପାଇଁ ସମୟକ୍ରମେ ହେବାକୁ ଥିବା ଏହି ପଦଯାତ୍ରାରେ ରାହୁଲ୍‌ ଗାନ୍ଧୀଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେବେ। ରାହୁଲ ଗାନ୍ଧୀ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପାଦ ପଦଯାତ୍ରା ଆରମ୍ଭ କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ଆରମ୍ଭ ହେବାର ସମ୍ଭାବନା ଥିବା ବିଶେଷ ସୁତ୍ରରୁ ଖବର ମିଳିଛି ।

ସେହିପରି ସରକାରଙ୍କ ବିଫଳତାକୁ ଆଖି ଆଗରେ ରାଜ୍ୟ ମାନଙ୍କରେ ରାଜ୍ୟ ନେତାଙ୍କ ଦ୍ବାରା ସମାନ ପଦଯାତ୍ରା ଆୟୋଜିତ ହେବ। ଦେଶରେ ଦରଦାମ ବୃଦ୍ଧି ଏବଂ ଅର୍ଥନୀତି ସମସ୍ୟା ନେଇ କେନ୍ଦ୍ର ସରକାରଙ୍କ ଘେରିବାକୁ ପ୍ରସ୍ତୁତ ହେଉଛି । ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ହେବ ।

ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ଚିନ୍ତନ ଶିବିରରେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀ ବରିଷ୍ଠ ନେତାମାନଙ୍କ ସହ ଦଳର ଗଣ ଆନ୍ଦୋଳନ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ଦେଶରେ ଦରଦାମ ବୃଦ୍ଧି, ବେରୋଜଗାରୀ ଆଜି ସରକାରଙ୍କ ଭୁଲ ନୀତି ବିଷୟରେ କିପରି ଲୋକ ଅବଗତ ହେବେ ତାହା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଂଗ୍ରେସ ଅଧ୍ୟକ୍ଷା କର୍ମୀ ଓ ନେତାଙ୍କୁ ଆହ୍ବାନ କରିଥିଲେ ।