ରୋହିତ-କୋହଲିଙ୍କ ଫର୍ମକୁ ନେଇ ଚିନ୍ତିତ ନାହାଁନ୍ତି ଗାଙ୍ଗୁଲି

ମୁମ୍ବାଇ (ସଂକେତ୍ ଟିଭି) : ଆଇପିଏଲ ୨୦୨୨ରେ ଭାରତୀୟ ଦଳର ଦୁଇ ସିନିୟର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ରନ୍ ପାଇଁ ସଂଘର୍ଷ କରୁଛନ୍ତି । ପୂର୍ବ ସିଜିନରେ ଏହି ଖେଳାଳିଙ୍କ ବ୍ୟାଟ୍ ଚାଲୁଥିଲା । କିନ୍ତୁ ଏଥର ପୁରା ନିରବ ରହିଛି । ଯାହାର ପରିଣାମ ଦଳକୁ ସାମ୍ନା କରିବାକୁ ପଡୁଛି । ମୁମ୍ବାଇ ପ୍ଲେ ଅଫରୁ ବାଦ୍ ପଡିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ଲେ-ଅଫ୍ ପାଇଁ ସଙ୍ଘର୍ଷ କରୁଛି ।

ତେବେ ଆଇପିଏଲ ପରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହାପରେ ଆୟାରଲାଣ୍ଡ୍ ଓ ଇଂଲଣ୍ଡ ଗସ୍ତ କରିବ । ଏହି ସିରିଜ ପରେ ଟି୨୦ ବିଶ୍ୱକପ୍ ରହିଛି । ଏହି ସମୟରେ ରୋହିତ ଓ ବିରାଟଙ୍କ ଫର୍ମ ସମସ୍ତଙ୍କୁ ଚିନ୍ତା ଦେଇଛି । କିନ୍ତୁ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସେମାନଙ୍କ ଫର୍ମ ପାଇଁ ଚିନ୍ତିତ ନାହାଁନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ସେ ବିରାଟ ଓ ରୋହିତଙ୍କ ଫର୍ମକୁ ନେଇ ଆଦୌ ଚିନ୍ତିତ ନାହାଁନ୍ତି । ସୋମନେ ଭଲ ଖେଳନ୍ତି । ବଡ ଖେଳାଳି ମଧ୍ୟ । ଟି୨୦ ବିଶ୍ୱକପ ଏବେବି ବହୁତ ଦିନ ଅଛି । ଉଭୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନିଜ ଫର୍ମକୁ ଫେରିଆସିବେ । ଲୟକୁ ଆସିବେ ।